Posted inଜାତୀୟ

ଭାରତକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ସୁଧୁରିଯାଅ…

ନୂଆଦିଲ୍ଲୀ,୧।୧୨: ଶପଥ ଗ୍ରହଣ ନ ହେଉଣୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଭାରତକୁ ଦେଇଛନ୍ତି ଖୋଲା ଧମକ। ଯାହା ଭାରତର ଚିନ୍ତା ବଢାଇଛି। ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇ କହିଛନ୍ତି ଯେ ଯଦି ଆମେରିକୀୟ ଡଲାରକୁ ଦୁର୍ବଳ କରିବା କିମ୍ବା ବଦଳାଇବା ପାଇଁ କୌଣସି ପ୍ରୟାସ କରାଯାଏ, ତେବେ ସେ ଏହି ଦେଶଗୁଡିକ ଉପରେ ୧୦୦% ଟିକସ ଲାଗୁ କରିବେ। ସୂଚନାଯୋଗ୍ୟ, ବ୍ରିକ୍ସ ହେଉଛି ନଅ ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ।

ଭାରତ ବ୍ୟତୀତ ଏହି ଗୋଷ୍ଠୀର ସଦସ୍ୟ ଦେଶଗୁଡ଼ିକ ହେଉଛି ଚାଇନା, ରୁଷିଆ, ଦକ୍ଷିଣ ଆଫ୍ରିକା, ଇରାନ, ଇଜିପ୍ଟ, ଇଥିଓପିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ରହିଛି। ୨୦୦୯ରେ ଗଠିତ ବ୍ରିକ୍ସ ହେଉଛି ଏକମାତ୍ର ପ୍ରମୁଖ ଅନ୍ତର୍ଜାତୀୟ ଗୋଷ୍ଠୀ ଯେଉଁଥିରେ ଆମେରିକା ନାହିଁ।

ବ୍ରିକ୍ସର କିଛି ସଦସ୍ୟ ଦେଶ, ବିଶେଷତଃ ରୁଷିଆ ଏବଂ ଚାଇନା, ଆମେରିକୀୟ ଡଲାରର ବିକଳ୍ପ ଖୋଜୁଥିଲେ କିମ୍ବା ନିଜର ବ୍ରିକ୍ସ ମୁଦ୍ରା ସୃଷ୍ଟି କରିଥିଲେ। ଭାରତ ଏପର୍ଯ୍ୟନ୍ତ ଏହି ପଦକ୍ଷେପର ଅଂଶ ହୋଇନାହିଁ। ଶନିବାର ଟ୍ରମ୍ପ ଏଭଳି ପଦକ୍ଷେପ ବିରୋଧରେ ବ୍ରିକ୍ସ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି। ଟ୍ରୁଥ ସୋସିଆଲ ଉପରେ ଏକ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡିକ ଡଲାରରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ: ଛତିଶଗଡ଼ ହାଇକୋର୍ଟ

ବିଳାସପୁର,୩୧।୩: ଜଣେ ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ କାରଣ ଏହା ସମ୍ବିଧାନର ଧାରା ୨୧ କୁ ଉଲ୍ଲଂଘନ କରେ, ଯାହା ଜୀବନ...

RSS ସହ ମୋଦିଙ୍କର ନାହିଁ ଭଲ ସମ୍ପର୍କ? ସଂଘର ଏହି ନେତା କହିଲେ…

ନାଗପୁର,୩୧।୩: ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ୧୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରବିବାର (୩୦ ମାର୍ଚ୍ଚ) ନରେନ୍ଦ୍ର ମୋଦି ନାଗପୁରରେ ରାଷ୍ଟ୍ରୀୟ...

ଔରଙ୍ଗଜେବଙ୍କ ସମାଧି ବିବାଦ ଉପରେ ରାଜ ଠାକରେ ବୟାନ: ହ୍ୱାଟ୍ସଆପ୍‌ରେ ଇତିହାସ ପଢ଼ନ୍ତୁ ନାହିଁ

ନୂଆଦିଲ୍ଲୀ,୩୧।୩: ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ରବିବାର ଔରଙ୍ଗଜେବଙ୍କ ସମାଧି ଉପରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସକୁ ନିନ୍ଦା କରିଛନ୍ତି।...

UPI New Rule: ମୋବାଇଲ ନମ୍ବର ବନ୍ଦ ଥିଲେ ମିଳିବ ନାହିଁ UPI ସେବା, ବଦଳୁଛି ନିୟମ

ନୂଆଦିଲ୍ଲୀ,୩୧।୩: UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି।...

‘ଗୋଟିଏ ପୃଥିବୀ, ଗୋଟିଏ ସ୍ବାସ୍ଥ୍ୟ ପାଇଁ ଯୋଗ’, ଯୋଗ ୨୦୨୫ର ଥିମ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଘୋଷଣା କରିଛନ୍ତି ଯେ ଏହି ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ...

କିଏ ସେହି ନିଧି ତିଓ୍ବାରୀ, ଯିଏ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଇଭେଟ ସେକ୍ରେଟାରୀ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା...

Eid Ul Fitr 2025: ଇଦ ଉପଲକ୍ଷେ ମୁସଲମାନ ଭାଇଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୩୧।୩: ଇଦ-ଉଲ-ଫିତରକୁ ଇସଲାମର ସବୁଠାରୁ ପବିତ୍ର ପର୍ବ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପବିତ୍ର ରମଜାନ ମାସ ପରେ ପାଳନ କରାଯାଏ। ଏହି...

ଅଫିସରଙ୍କୁ ଗୋଟିଏ ସ୍ଥାନରେ ଅଧିକ ଦିନ ରଖିବା ଦୁର୍ନୀତି ବଢ଼ାଇଥାଏ: ସଂସଦୀୟ କମିଟି

ବ୍ୟାଙ୍କକ୍‌,୩୦ା୩: ଅଫିସରମାନଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘଦିନ ରଖିବା ଦ୍ୱାରା ଦୁର୍ନୀତି ବଢ଼ିଥାଏ। ସେମାନେ ଯେପରି କୌଣସି ମନ୍ତ୍ରଣାଳୟରେ ନିର୍ଦ୍ଧାରିତ ସମୟସୀମାଠାରୁ ଅଧିକ ଦିନ ନ ରହିବେ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image