ଟ୍ରମ୍ପ ନା କମଲା ହାରିସ: କାହାକୁ ସମର୍ଥନ ଘୋଷଣା କଲେ ପୁଟିନ୍‌: ଜାଣନ୍ତୁ

ମସ୍କୋ,୬ା୯:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଡେମୋକ୍ରାଟିକ୍‌ ପ୍ରାର୍ଥିତ୍ୱକୁ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସମର୍ଥନ କରିଛନ୍ତି। ଆମେରିକାର ଆଟର୍ନି ଜେନେରାଲ ମେରିକ୍‌ ଗାର୍‌ଲାଣ୍ଡ ବୁଧବାର କହିଥିଲେ, ‘ଆମ ଦେଶର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ରୁଷୀୟ ସରକାର କ୍ୟାମ୍ପେନ୍‌ରେ ହସ୍ତକ୍ଷେପ କରୁଛନ୍ତି।’ ଏହାର ଦିନକ ପରେ ବାଇଡେନ୍‌ ପ୍ରଶାସନ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣିଛି। ଏହି ପରିପ୍ରେକ୍ଷୀରେ ପୁଟିନ୍‌ କହିଛନ୍ତି, ରାଷ୍ଟ୍ରପତି ଜୋ ବାଇଡେନ୍‌ ଜୁଲାଇରେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପରେ ବର୍ତ୍ତମାନ ଆମେରିକାର ମଙ୍ଗ ଡେମୋକ୍ରାଟିକ୍‌ ପ୍ରାର୍ଥୀ ହାରିସ୍‌ଙ୍କ ହାତକୁ ଚାଲିଯାଇଛି। ନୂଆ ପ୍ରାର୍ଥୀଙ୍କୁ ରୁଷିଆ ସମର୍ଥନ କରୁଛି।

Share