Advertisement

ଆମେରିକାରେ ୪୫ ଦିନ ପାଇଁ ଟିକ୍‌ଟକ୍‌ ବ୍ୟାନ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୭ା୮: ଚାଇନା ସହିତ ଲାଗି ରହିଥିବା ବିବାଦ ନେଇ କଡ଼ା ପଦକ୍ଷେପ ନେଇଛି ଆମେରିକା। ଚାଇନାର ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌ ପ୍ରତି ୪୫ ଦିନ ପ୍ରତିବନ୍ଧକ ଲଗାଇଛି ଏହି ଦେଶ। ଟିକ୍‌ଟକ୍‌ ଚଳାଉଥିବା ଚାଇନାର ବାଇଟ୍‌ଡାନ୍ସ ଏହାକୁ ୪୫ ଦିନରେ ବିକ୍ରି କରିବା ଉଚିତ୍‌। ନଚେତ୍‌ ୪୫ ଦିନ ପାଇଁ ଏହି ପ୍ରତିବନ୍ଧକ ରହିବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଯଦି ବାଇଟ୍‌ଡାନ୍ସ ଏହାକୁ ବିକ୍ରି କରେ ତେବେ ଏହି ଆପ୍‌ର ବ୍ୟବହାର ଉପରୁ ପ୍ରତିବନ୍ଧକ ହଟାଇ ଦିଆଯିବ ବୋଲି ସେ କହିଛନ୍ତି। ଏଥିସହିତ ଟ୍ରମ୍ପ୍‌ କହିଛନ୍ତି ଟିକ୍‌ଟକ୍‌ ସ୍ବଂୟ ଭାବରେ ଉପଭୋକ୍ତାମାନଙ୍କ ତଥ୍ୟ ସଂଗ୍ରହ କରିଥାଏ। ଏଥିରେ ଇଣ୍ଟର୍‌ନେଟ ଏବଂ ଅନ୍ୟାନ୍ୟ ନେଟୱାର୍କ ବିଷୟରେ ସୂଚନା ମଧ୍ୟ ଅନ୍ତର୍ଭୁକ୍ତ। ଯେପରିକି ଅବସ୍ଥାନ ତଥ୍ୟ, ବ୍ରାଉଜିଂ ଏବଂ ସର୍ଚ୍ଚ ହିଷ୍ଟ୍ରି ମଧ୍ୟ ରହିଛି। ତଥ୍ୟ ସଂଗ୍ରହ କରି ଚାଇନାର କମ୍ୟୁନିଷ୍ଟ ପାର୍ଟି ଆମେରିକାର ଲୋକଙ୍କୁ ଧମକ ଦେଇପାରେ। ଏହାର ଅପବ୍ୟବହାର ହୋଇପାରେ। ଆହୁରି ମଧ୍ୟ, ଆମର ଫେଡେରାଲ କର୍ମଚାରୀ ଏବଂ କଣ୍ଟ୍ରାକ୍ଟରମାନଙ୍କର ଠିକଣା ବା ସ୍ଥାନ ଚାଇନା ଜାଣିପାରିବ। ଏହି ସୋସିଆଲ ମିଡିଆ ଆପ୍‌ ମାଧ୍ୟମରେ ଜମା ହୋଇଥିବା ବ୍ୟକ୍ତିଗତ ତଥ୍ୟ ସହିତ ଚାଇନା ଆମେରିକାର ଯେ କୌଣସି ନାଗରିକଙ୍କୁ ବ୍ଲାକମେଲ କରିପାରିବ। କେବଳ ଏତିକି ନୁହେଁ, ଚାଇନା ଆମେରିକାରେ କର୍ପୋରେଟ ଠକେଇ କିମ୍ବା କ୍ଷତି ମଧ୍ୟ କରିପାରେ।
ଏହିକ୍ରମରେ ସ୍ପଷ୍ଟ ଭାବରେ ଟ୍ରମ୍ପ୍‌ ଆଦେଶ ଜାରି କରିବା ପରେ ୪୫ ଦିନ ପାଇଁ ଏହି ସମସ୍ତ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯିବ। କେବଳ ଆମେରିକୀୟ ଆଇନ ଆଧାରରେ ଏହାର କାର୍ଯ୍ୟକୁ ଅନୁମତି ଦିଆଯିବ ବୋଲି ଟ୍ରମ୍ପ୍‌ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share