୧୫ ଜଣଙ୍କୁ କ୍ଷମା ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୪।୧୨: ଆମେରିକା ନିର୍ବାଚନରେ ପରାଜିତ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାରୁ ଯିବା ପୂର୍ବରୁ ୧୫ ଜଣଙ୍କୁ କ୍ଷମା ଦେବା ସହ ୫ ଜଣଙ୍କ ଦଣ୍ଡ କୋହଳ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ରିପବ୍ଲିକାନ କଂଗ୍ରେସ ସଦସ୍ୟ ଅଛନ୍ତି। ଜଣେ ୨୦୧୬ରେ ଟ୍ରମ୍ପ୍‌ଙ୍କ ପାଇଁ ପ୍ରଚାର କରିଥିବାବେଳେ ରୁଷିଆ ତଦନ୍ତରେ ଫସିଥିଲେ ଓ ଅନ୍ୟ ଜଣେ ପୂର୍ବତନ ସରକାରୀ ଠିକାଦାର ୨୦୦୭ ବାଗ୍‌ଦାଦ ଗଣହତ୍ୟାରେ ଦୋଷୀସାବ୍ୟସ୍ତ ହୋଇଥିଲେ। ଟ୍ରମ୍ପ୍‌ ଅଫିସ୍‌ ଛାଡ଼ିବା ପୂର୍ବରୁ ତାଙ୍କ କ୍ଷମତାର ଉପଯୋଗ କରି ଅନୁଗତମାନଙ୍କୁ ପୁରସ୍କୃତ କରିବା ସହ ଯେଉଁମାନେ ଆଇନ ବ୍ୟବସ୍ଥାରେ ଭୁଲ୍‌ ଯୋଗୁ ଦଣ୍ଡିତ ହୋଇଥିଲେ ସେମାନଙ୍କୁ କ୍ଷମା ଦେଉଛନ୍ତି। ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପୂର୍ବରୁ ଟ୍ରମ୍ପ୍‌ ଅନ୍ୟ କେତେଜଣଙ୍କୁ କ୍ଷମା ଦେଇପାରନ୍ତି ବୋଲି କୁହାଯାଉଛି।

Share