ମୁଁ ରାଜନୈତିକ ନିର୍ଯାତନାର ଶିକାର: ଟ୍ରମ୍ପ

ଓ୍ବାଶିଂଟନ,୪।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୨୦ ନିର୍ବାଚନରେ ହାରିବା ସତ୍ତ୍ୱେ କ୍ଷମତାରେ ରହିବାକୁ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ୱାଶିଂଟନ ଡିସି କୋର୍ଟରେ ଏକ ଶୁଣାଣି ହୋଇଥିଛି। ଏହି ସମୟରେ ଟ୍ରମ୍ପ ନିଜକୁ ଭାରତୀୟ-ଆମେରିକୀୟ ବିଚାରପତିଙ୍କ ଆଗରେ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି। ଚାରି ମାସ ମଧ୍ୟରେ ଟ୍ରମ୍ପ ତୃତୀୟଥର ପାଇଁ କୋର୍ଟରେ ହାଜର ହୋଇଥିଲେ।

ଶୁଣାଣି ସମୟରେ ବିଚାରପତି ଟ୍ରମ୍ପଙ୍କୁ କହିଥିଲେ ଯେ, ସେ ଯେତେବେଳେ ବି ଡାକିବେ ସେ କୋର୍ଟରେ ହାଜର ହେବେ। ଟ୍ରମ୍ପ ବର୍ତ୍ତମାନ ଅଗଷ୍ଟ ୨୮ରେ ଆମେରିକାର ଜିଲା ଜଜ ତନ୍ୟା ଛୁଟକାନଙ୍କ କୋର୍ଟରେ ହାଜର ହେବେ ବୋଲି ଜଣାପଡିଛି।

ୱାଶିଂଟନ କୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ଷଡଯନ୍ତ୍ରକୁ ସମାଲୋଚନା କରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ରାଜନୈତିକ ନିର୍ଯାତନାର ଶିକାର ହୋଇଛନ୍ତି। ଏହା ପରେ ସେ ନିଜକୁ ଦୋଷୀ ସାବ୍ୟସ୍ତ ନ କରିବାକୁ ନିବେଦନ କରିଛନ୍ତି। ଆମେରିକା ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଦିନ।

Share