ଟ୍ରମ୍ପ୍‌ ଦେଲେ ଇସ୍ତଫା !

ଓ୍ବାଶିଂଟନ,୧୩।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଇସ୍ତଫା ଦେଇଛନ୍ତି। ଏନେଇ ଏକ ଗୁଜବ ଉଠିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ଏଭଳି ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି। କେହି ଜଣେ ଓ୍ବେବସାଇଟ୍‌କୁ ହ୍ୟାକ୍‌ କରି ଏଭଳି କରିଥିବା କୁହାଯାଇଛି। ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ୍‌ ମଧ୍ୟ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଓ୍ବେବସାଇଟ୍‌ରେ ଟ୍ରମ୍ପ୍‌ ଏବଂ ପେନ୍ସ୍‌ଙ୍କ ବାୟୋଗ୍ରାଫିକୁ ପରିବର୍ତ୍ତନ କରାଯାଇଛି। କେହି ଜଣେ କର୍ମଚାରୀ ଏଭଳି କରିଥିବା ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଏହା ମିଥ୍ୟା ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ କାର୍ଯ୍ୟାଳୟ ପକ୍ଷରୁ ସଫେଇ ଦିଆଯାଇଛି। ଉଭୟ ଟ୍ରମ୍ପ୍‌ ଏବଂ ପେନ୍ସ୍‌ଙ୍କ କାର୍ଯ୍ୟକାଳ ଜାନୁୟାରୀ ୨୦ରେ ଶେଷ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share