ଘନିଙ୍କ ଉପରେ ଗର୍ଜିଲେ ଟ୍ରମ୍ପ୍‌, ଦେଶବାସୀଙ୍କୁ ଦେଇଛନ୍ତି ଧୋକା…

ଓ୍ବାଶିଂଟନ,୧୯।୮: ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରିବା ପରେ ରାଷ୍ଟ୍ରପତି ଆଶରଫ ଘନି ତାଙ୍କ ବିମାନରେ ଯାଇ ୟୁଏଇରେ ଶରଣ ନେଇଛନ୍ତି। ଏହିପରି ଘାନି ଦେଶ ଛାଡିବା ପରେ ଆଫଗାନିସ୍ତାନ ନାଗରିକମାନେ ଏହାକୁ ପ୍ରତାରଣା କରିଥିବାବେଳେ ଆମେରିକା ସରକାର ଏହାକୁ ଏକ ଦୁର୍ବଳ ନେତୃତ୍ୱ ବୋଲି ମଧ୍ୟ କହିଛନ୍ତି। ଏବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘନିଙ୍କୁ ହଠାତ୍‌ ଆଫଗାନିସ୍ତାନ ଛାଡି ପଳାଇ ଯାଇଥିବାରୁ ଏହାକୁ ନାପସନ୍ଦ କରିଛନ୍ତି। ଟ୍ରମ୍ପ ଘନିଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ସେ କେବେ ବିଶ୍ୱାସ କରନ୍ତି ନାହିଁ।
ଫକ୍ସ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଏଭଳି ବିବୃତ୍ତି ଦେଇଛନ୍ତି।
ଆଙ୍କର୍‌ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଲିବାନ ଏବଂ ଆଫଗାନିସ୍ତାନ ସରକାରଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଟ୍ରମ୍ପଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ, ମୁଁ ଚାହୁଁଥିଲି ତାଲିବାନ ଯଥା ଶୀଘ୍ର ଆଫଗାନିସ୍ତାନ ସରକାର ସହିତ ଚୁକ୍ତି କରନ୍ତୁ। କିନ୍ତୁ ଘନିଙ୍କ ଉପରେ ମୋର କେବେ ବି ସମ୍ପୂର୍ଣ୍ଣ ବିଶ୍ୱାସ ନ ଥିଲା। ଅତୀତରେ ମୁଁ ଏହା ଖୋଲାଖୋଲି ଭାବେ କହିଛି ବୋଲି ଟ୍ରମ୍ପ୍‌ କହିଥିଲେ। ସୂଚନାଯୋଗ୍ୟ, ନିଜ କାର୍ଯ୍ୟକାଳରେ ଘନିଙ୍କୁ ପ୍ରଶଂସା କରିଥିବା ଟ୍ରମ୍ପ୍‌ ଏବେ ତାଙ୍କ ପ୍ରତି ନକାରାତ୍ମକ ବିବୃତ୍ତି ଦେଇଥିବାରୁ ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share