ଅଚାନକ କମଲା ହାରିସଙ୍କ ପ୍ରଶଂସା କଲେ ଟ୍ରମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୧୮।୯: ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଟାର୍ଗେଟ୍‌ କରୁଛନ୍ତି। କିନ୍ତୁ ନିର୍ବାଚନ ପ୍ରଚାର ବ୍ୟତୀତ ଉଭୟ ଦେଶର ପରିସ୍ଥିତି ଉପରେ ନଜର ରଖିଛନ୍ତି। କମଲା ନିକଟରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଥିଲେ।

ହ୍ବାଇଟ ହାଉସର ଜଣେ ଅଧିକାରୀ ଏକ ବିବୃତ୍ତିରେ କହିଛନ୍ତି, ଉପରାଷ୍ଟ୍ରପତି ହ୍ୟାରିସ ଫୋନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଥିଲେ ଏବଂ ଆକ୍ରମଣରେ ସୁରକ୍ଷିତ ବର୍ତ୍ତିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଏଥିସହ ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ ଏହା ମଧ୍ୟ କହିଛନ୍ତି। ଉପରାଷ୍ଟ୍ରପତିଙ୍କୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, କମଲା ଫୋନ୍‌ କରିଥିଲେ ଏବଂ ତାଙ୍କ ସହ ବାର୍ତ୍ତାଳାପ ଭଲ ଥିଲା।

ଉପରାଷ୍ଟ୍ରପତି କମଲା ହାରିସ ଏକ ଟିଭି ସାକ୍ଷାତକାରରେ କହିଛନ୍ତି, ସେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଥିଲେ। ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ସେ ଠିକ ଅଛନ୍ତି କି ନାହିଁ ପଚାରି ବୁଝିଥିଲେ। ମୁଁ ସର୍ବସାଧାରଣରେ କହିଛି ଯେ ଆମ ଦେଶରେ ରାଜନୈତିକ ହିଂସା ପାଇଁ ସ୍ଥାନ ନାହିଁ। ଆମେ ସୁସ୍ଥ ବିତର୍କ, ଆଲୋଚନା ଚାହୁଁ, କିନ୍ତୁ ସମସ୍ୟାର ସମାଧାନ ପାଇଁ ହିଂସା ପ୍ରୟୋଗ କରାଯିବା ଉଚିତ ନୁହେଁ।

ଗତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପୁଣି ଏକ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଟ୍ରମ୍ପ ଫ୍ଲୋରିଡାର ପାମ ବିଚ କାଉଣ୍ଟିରେ ଥିବା ଅନ୍ତର୍ଜାତୀୟ ଗଲ୍ଫ କ୍ଲବରେ ଖେଳୁଥିଲେ। ତାଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସିକ୍ରେଟ ସର୍ଭିସ ଏଜେଣ୍ଟ ଜଣେ ସନ୍ଦିଗ୍ଧଙ୍କୁ ବୁଦା ଭିତରେ ଲୁଚିଥିବାର ଦେଖିଲେ। ତାଙ୍କ ପାଖରେ ଏକେ-୪୭ ଭଳି ରାଇଫଲ ଏବଂ ଗୋ ପ୍ରୋ କ୍ୟାମେରା ଥିଲା। ବନ୍ଧୁକଟି ଗଲ୍ଫ କୋର୍ସ ଆଡକୁ ଥିଲା। ଟ୍ରମ୍ପ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଦୂରତା ପ୍ରାୟ ୩୦୦ ରୁ ୫୦୦ ମିଟର ଥିଲା। ଏଜେଣ୍ଟ ତାଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇଲା, ଏହା ପରେ ସେ ତାଙ୍କ କଳା ଏସୟୁଭିରେ ପଳାଇ ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀ ସନ୍ଦିଗ୍ଧଙ୍କ କାରର ଫଟୋ ଉଠାଇଥିଲେ। ଏଥିରେ ମିଳିଥିବା ନମ୍ବର ପ୍ଲେଟକୁ ଆଧାର କରି ସିକ୍ରେଟ ସର୍ଭିସ ଗାଡିଟିକୁ ଗୋଡ଼ାଇ ଗୋଲ୍ଡ କୋର୍ସଠାରୁ ୬୦ କିଲୋମିଟର ଦୂରରେ ରାଜପଥରେ ସନ୍ଦିଗ୍ଧଙ୍କୁ କବା କରିଥିଲେ। ଏହା ପୂର୍ବରୁ ଜୁଲାଇ ୧୩, ୨୦୨୪ରେ ଆମେରିକାର ପେନସିଲଭାନିଆର ବଟଲର ସହରରେ ଏକ ନିର୍ବାଚନ ସମାବେଶରେ ଟ୍ରମ୍ପଙ୍କ ଉପରକୁ ଗୁଳି ବିନିମୟ ହୋଇଥିଲା। ଗୁଳି ତାଙ୍କ କାନରେ ବାଜିଥିଲା।

Share