
ନୂଆଦିଲ୍ଲୀ,୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱବ୍ୟାପୀ ଆମଦାନୀ ଉପରେ ନୂଆ ପାରସ୍ପରିକ ବାଣିଜ୍ୟ ନୀତି ଘୋଷଣା କରିଛନ୍ତି। ଏହି ନୀତି ଅନୁସାରେ, ଭାରତକୁ ୨୬% ଟାରିଫ ଦେବାକୁ ପଡ଼ିବ, ଯାହାକୁ ଟ୍ରମ୍ପ ରେସିପ୍ରୋକାଲ ଟାରିଫ (discounted) ବୋଲି କହିଛନ୍ତି।
ସେହିପରି ଚାଇନା ଉପରେ ୩୪% ଟାରିଫ ଲାଗୁ କରାଯାଇଛି। ଏହି ନୀତି ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ ବିଭିନ୍ନ ହାରରେ ଟାରିଫ ର୍ନିଦ୍ଧାରଣ କରାଯାଇଛି। ଯେପରିକି ଇଉରୋପୀୟ ସଂଘ ପାଇଁ ୨୦% ଏବଂ ଜାପାନ ପାଇଁ ୨୪%।
ଟ୍ରମ୍ପ ଏହି ପଦକ୍ଷେପକୁ “ଆର୍ଥିକ ସ୍ବାଧୀନତାର ଘୋଷଣା” ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ଏହା ଆମେରିକୀୟ ଅର୍ଥନୀତିକୁ ସୁରକ୍ଷା ଦେବା ଏବଂ ଦେଶୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକ। ଏହି ଟାରିଫ ସମସ୍ତ ଆମଦାନୀ ଉପରେ ୧୦% ମୂଳ ହାରରୁ ଆରମ୍ଭ ହୋଇଛି, କିନ୍ତୁ କିଛି ଦେଶ ପାଇଁ ଏହା ଅଧିକ ର୍ନିଦ୍ଧାରିତ ହୋଇଛି। କାନାଡା ଓ ମେକ୍ସିକୋ ଏହି ଟାରିଫରୁ ମୁକ୍ତ ରହିଛନ୍ତି। ଏହି ଘୋଷଣା ପରେ ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଇଛି। ଭାରତରେ ବିଶେଷଜ୍ଞମାନେ କହୁଛନ୍ତି ଯେ ଏହା ରପ୍ତାନୀ ଏବଂ ଅର୍ଥନୀତି ଉପରେ ସୀମିତ ପ୍ରଭାବ ପକାଇପାରେ। ତେବେ, ଏହା ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନାରେ ନୂଆ ମୋଡ଼ ଆଣିପାରେ ବୋଲି ଆଶା କରାଯାଉଛି।