ଭାରତକୁ ଧମକ ଦେଲେ ଟ୍ରମ୍ପ: କ୍ଷମତାକୁ ଆସିଲେ ଲାଗୁ କରିବି ଅଧିକ ଟ୍ୟାକ୍ସ ବ୍ୟବସ୍ଥା…

ଓ୍ବାଶିଂଟନ,୨୧।୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କିଛି ଆମେରିକୀୟ ଉତ୍ପାଦ ଉପରେ ଭାରତ ଦ୍ୱାରା ଅଧିକ ଟିକସ ପ୍ରସଙ୍ଗ ଉଠାଇଛନ୍ତି। ଆସନ୍ତା ବର୍ଷ ଯଦି ସେ କ୍ଷମତାକୁ ଆସନ୍ତି ତେବେ ଭାରତ ଉପରେ ଅଧିକ ଟ୍ୟାକ୍ସ ଲଗାବାକୁ ଧମକ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଟ୍ରମ୍ପ ଭାରତକୁ ଏକ ଟାରିଫ କିଙ୍ଗ ଭାବରେ ବର୍ଣ୍ଣନା କରିଥିଲେ। ମେ ୨୦୨୯ ରେ, ଭାରତର ଜେନେରାଲାଇଜଡ ସିଷ୍ଟମ ଅଫ ପ୍ରିଫରେନ୍ସେସ (ଜିଏସପି) କୁ ବନ୍ଦ କରିଦିଆଯାଇତତ୍ଲା। ଭାରତ ଆମେରିକାକୁ ଏହାର ବଜାରକୁ ସମାନ ତଥା ନ୍ୟାୟ ପ୍ରଦାନ କରୁନାହିଁ ବୋଲି ଅଭିଯୋଗ ହୋଇଥିଲା।

ଟ୍ରମ୍ପ ଏକ ସାକ୍ଷାତକାରରେ କହିଛନ୍ତି ସେ ଭାରତରେ ଟିକସ ହାରକୁ ହ୍ରାସ କରିଛନ୍ତି, ଯେତେବେଳେ କି ଭାରତ ଏଠାରେ ବହୁତ ଅଧିକ ଟିକସ ଲାଗୁ କରୁଛି। ସେ କହିଛନ୍ତି ମୁଁ ଏକ ୟୁନିଫର୍ମ ଟ୍ୟାକ୍ସ ଚାହୁଁଛି। ଟିକସ କ୍ଷେତ୍ରରେ ଭାରତ ବହୁ ଆଗରେ ଅଛି। ହାର୍ଲି ଡେଭିଡଶନ ମୋଟରସାଇକେଲରେ ଥିବା ଟ୍ୟାକ୍ସକୁ ଦେଖିଲେ ଏହା ସ୍ପଷ୍ଟ ଜଣାଯାଏ। ସେ ଆହୁରି କହିଛନ୍ତି ମୁଁ କେବଳ ପଚାରିବାକୁ ଚାହେଁ ଏହା ଭାରତ ଭଳି ସ୍ଥାନରେ କିପରି କରାଯାଇପାରିବ? ଉତ୍ତର ମିଳିଥିଲା ଏହା ସମ୍ଭବ କାରଣ ଭାରତରେ ୧୦୦ ପ୍ରତିଶତ ଏବଂ ୧୫୦ ପ୍ରତିଶତ ଏବଂ ୨୦୦ ପ୍ରତିଶତ ଶୁଳ୍କ ରହିଛି।

Share