Advertisement

୨୦୨୦ ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିଲେ ଟ୍ରମ୍ପ,ଚାର୍ଜଶିଟ ଦାଖଲ…

ଓ୍ବାଶିଂଟନ,୨।୮ : ଆମେରିକାରେ ହୋଇଥିବା ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ଚାର୍ଜଶିଟ ଦାଖଲ କରାଯାଇଛି। ଚାରିମାସ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ ଅପରାଧିକ ଅଭିଯୋଗ ହୋଇଛି।

ନିର୍ବାଚନରେ ପରାଜୟ ବରଣ କରିବା ଏବଂ କ୍ଷମତା ହସ୍ତାନ୍ତରକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଫେଡେରାଲ ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହାପୂର୍ବରୁ ଟ୍ରମ୍ପ ଏ ବିଷୟରେ ଆଶଙ୍କା ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ ନୂତନ ଅଭିଯୋଗ ଘୋଷଣା କରାଯାଇପାରେ ବୋଲି ମଙ୍ଗଳବାର ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ କହିଥିଲେ ସେ ଶୁଣିଛନ୍ତି ଆଟର୍ନି ଜ୍ୟାକ ସ୍ମିଥ ସ୍ଥାନୀୟ ସମୟ ସନ୍ଧ୍ୟା ୫ ଟା ସମୟରେ ତାଙ୍କ ବିରୋଧରେ ଏକ ଅଭିଯୋଗ ଘୋଷଣା କରିବେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share