ପୁଣି ଟୁଇଟର୍‌କୁ ଫେରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ,୩ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଜଣେ ସଂଘୀୟ ଜଜ୍‌ଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟକୁ ପୁନଃ ଚାଲୁ କରିବାକୁ ଅନୁରୋଧ କରିଛନ୍ତି। ଜାନୁୟାରୀରେ କ୍ୟାପିଟାଲ ହିଂସା (ସଂସଦ ଭବନ) ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଥିଲା।

ଫ୍ଲୋରିଡା ଜିଲା କୋର୍ଟରେ ଟୁଇଟର ବିରୋଧରେ ପ୍ରାଥମିକ ନିଷେଧାଦେଶ ପାଇଁ ଏକ ଅନୁରୋଧ ଦାୟର କରିଛନ୍ତି ଟ୍ରମ୍ପ୍‌। ଏଥି ସହିତ ସେ ଯୁକ୍ତି ବାଢ଼ିଛନ୍ତି ଯେ, ଆମେରିକାର କଂଗ୍ରେସ ସଦସ୍ୟଙ୍କ ଦ୍ୱାରା ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ କମ୍ପାନୀକୁ ବାଧ୍ୟ କରାଯାଇଥିଲା। ଜାନୁୟାରୀ ୬ରେ ତାଙ୍କ ସମର୍ଥକମାନେ କ୍ୟାପିଟାଲ ହିଲ୍‌ ଉପରେ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କୁ ସେହି ସମୟରେ ଟୁଇଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତିବନ୍ଧିତ କରି ଦେଇଥିଲେ।

ଆକାଉଣ୍ଟ ବନ୍ଦ କରିବା ପରେ ଟୁଇଟର ଏକ ବିବୃତ୍ତି ଜାରି କରି କହିଥିଲା ଯେ, ଟ୍ରମ୍ପ୍‌ଙ୍କ ଟୁଇଟ୍‌ ହିଂସାକୁ ପ୍ରଶୟ ଦେଉଛି। ଏହା ଦ୍ୱାରା ହିଂସା ବଢୁଛି ଯାହାକି ଟୁଇଟର ନୀତି ଉଲ୍ଲଂଘନ ଅଟେ।

Share