ଚାଇନାକୁ ଟ୍ରମ୍ପ୍‌ଙ୍କ ଚେତାବନୀ: ଭୋଗିବାକୁ ପଡ଼ିବ କୁକର୍ମର ଫଳ

ଓ୍ବାଶିଂଟନ, ୮।୧୦:କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଚାଇନାକୁ କୁକର୍ମର ଫଳ ଭୋଗିବାକୁ ପଡ଼ିବ। ରାଷ୍ଟ୍ର ଉଦ୍ଦେଶ୍ୟରେ ଜାରି ହୋଇଥିବା ୪ ମିନିଟ୍‌ ୫୩ ସେକେଣ୍ଡର ଏକ ଭିଡ଼ିଓରେ ଟ୍ରମ୍ପ୍‌ ଏଭଳି କହିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଏହା ଭଗବାନଙ୍କ ଆଶୀର୍ବାଦ ଯେ, ଏବେ ଆମ ପାଖରେ କରୋନା ସହିତ ଳଢ଼ିବା ପାଇଁ ଆବଶ୍ୟକ ଔଷଧ ରହିଛି। ଆମେରିକାର ସମସ୍ତ ଜନସାଧାରଣଙ୍କୁ କରୋନା ପ୍ରତିଷେଧକ ଟିକା ଉପଲବ୍ଧ କରାଇବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ପୃଥିବୀକୁ ସଙ୍କଟ ମୋଡ଼ରେ ଆଣି ପହଞ୍ଚାଇଥିବା ଚାଇନାକୁ ଫଳ ନିଶ୍ଚିତ ଭୋଗିବାକୁ ପଡ଼ିବ। ବହୁ ରାଷ୍ଟ୍ରରେ କରୋନା ସଂକ୍ରମଣ ହୋଇଛି। ମାତ୍ର ଏଥି ପାଇଁ କୌଣସି ରାଷ୍ଟ୍ର ଅବା ଲୋକେ ଦାୟୀ ନୁହନ୍ତି। ଏଥିଲାଗି ଚାଇନା ହିଁ ସମ୍ପୂର୍ଣ୍ଣ ଦାୟୀ ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ଙ୍କ ଏହି ଭିଡ଼ିଓକୁ ଟୁଇଟରରେ ଅପଲୋଡ୍‌ କରାଯାଇଛି। ଏବେ ଏହି ଭିଡ଼ିଓକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share