ଏମିତି ପ୍ରଶ୍ନ ଶୁଣି ରାଗିଗଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୧ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିୟର୍ସ ମୋର୍ଗାନଙ୍କ ସହ ଚାଲିଥିବା ସାକ୍ଷାତକାରରୁ ଉଠି ଚାଲିଯାଇଥିବା ଦେଖିବାକୁ ମିଳିଛି। କାରଣ ଗତ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ହାରିଯିବା ପ୍ରଶ୍ନ ଶୁଣି ରାଗି ପାଚି ନିଆଁ ହୋଇଯାଇଥିଲେ ଟ୍ରମ୍ପ୍‌। ଏହି ସାକ୍ଷାତକାରର ଏକ ପ୍ରୋମୋ ରୁପର୍ଟ ମର୍ଡକଙ୍କ ଟକ୍‌ ଟିଭିରେ ପ୍ରଦର୍ଶିତ ହୋଇଥିଲା। ଯେଉଁଥିରେ ପୂର୍ବତନ ରାଷ୍ଟ୍ରପତି ମୋର୍ଗାନଙ୍କୁ ଅସାଧୁ ଏବଂ ମୁର୍ଖ ବୋଲି କହିଥିଲେ।

 

ପରେ ଟ୍ରମ୍ପ୍‌ ନିଜକୁ ରକ୍ଷା କରୁଥିବା ଜଣାପଡ଼ଛି। ମୋର୍ଗାନ ଟ୍ରମ୍ପଙ୍କୁ କହିଛନ୍ତି, ସେ ୨୦୨୦ ନିର୍ବାଚନରେ ଜାଲିଆତି ଅଭିଯୋଗ ଆଣିଥିଲେ କିନ୍ତୁ ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି। ଏହା ଶୁଣିବା ପରେ ଟ୍ରମ୍ପ୍‌ ରାଗି ଯାଇଥିଲେ। ଏଥିପାଇଁ ଟ୍ରମ୍ପ କହିଛନ୍ତି, ମୁଁ ଭାବୁଛି ମୁଁ ତୁମ ଅପେକ୍ଷା ଅଧିକ ସଚ୍ଚୋଟ ଅଟେ। ତୁମେ ଜଣେ ସତରେ ମୁର୍ଖ। ଅବଶ୍ୟ ପରେ ଏଥିରେ ପ୍ୟାଚ୍‌ ପକାଇଛନ୍ତି ଟ୍ରମ୍ପ୍‌।

Share