ପଟି ବାନ୍ଧି ପ୍ରଥମଥର ଆରଏନସି ପହଞ୍ଚିଲେ ଟ୍ରମ୍ପ, କରାଗଲା ଜୋରଦାର ସ୍ବାଗତ

ଓ୍ବାଶିଂଟନ,୧୬।୭: ପେନସିଲଭାନିଆ ରାଲିରେ ହୋଇଥିବା ଆକ୍ରମଣ ପରେ ପ୍ରଥମ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ ସୋମବାର ରିପବ୍ଲିକାନ ନ୍ୟାସନାଲ କନଭେନସନ (ଆରଏନସି) ରେ ପହଞ୍ଚିଥିଲେ। ଏହି ସମୟରେ ଲୋକମାନେ ତାଙ୍କୁ ଜୋରଦାର କରତାଳି ଦେଇ ସ୍ବାଗତ କରିଥିଲେ। ଯେତେବେଳେ ଟ୍ରମ୍ପ ମିଲୱାକ୍ରେ ପହଞ୍ଚିଲେ, ସେତେବେଳେ ତାଙ୍କ ଡାହାଣ କାନରେ ଏକ ବ୍ୟାଣ୍ଡେଜ ଥିବା ଦେଖାଯାଇଥିଲା। ତାଙ୍କୁ ସ୍ବାଗତ କରିବା ପାଇଁ ଗଡ ବ୍ଲେସ ୟୁଏସଏର ଗୀତ ମଧ୍ୟ ବଜାଯାଇଥିଲା। ସୂଚନାଯୋଗ୍ୟ, ଜୁଲାଇ ୧୩ରେ ପେନସିଲଭାନିଆରେ ଏକ ରାଲିରେ ଟ୍ରମ୍ପଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ବୁଲେଟ ଟ୍ରମ୍ପଙ୍କ କାନକୁ ବିଦ୍ଧ କରିଥିଲା। ଏହି ଆକ୍ରମଣର ୪୮ଘଣ୍ଟା ପରେ ରିପବ୍ଲିକାନ ପାର୍ଟି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ବାଛିଲା। ଏହି ସମୟରେ ଟ୍ରମ୍ପ ଆରଏନସିରେ ପହଞ୍ଚିବା ମାତ୍ରେ ସମର୍ଥକମାନେ ଆମେରିକା-ଆମେରିକାର ସ୍ଲୋଗାନ ଦେଇଥିଲେ। ଏଥିସହ ଲୋକମାନେ ଟ୍ରମ୍ପଙ୍କ ପରି ହାତ ମୁଠା ଉଠାଇ ‘ଲଢ-ଲଢ’ ବୋଲି ସ୍ଲୋଗାନ ଦେଉଥିବା ନଜର ଆସିଥିଲେ। କନଭେନଶନ ସେଣ୍ଟରକୁ ଟ୍ରମ୍ପଙ୍କ ଆଗମନ ସମୟରେ ଲୋକମାନେ ’ୟ‘ଓ୍ବି ଲଭ ଟ୍ରମ୍ପ’ ସ୍ଲୋଗାନ ମଧ୍ୟ ଦେଇଥିଲେ।

Share