ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସ୍ତ୍ରୀ ମେଲାନିଆଙ୍କୁ କରୋନା

ଓ୍ବାଶିଂଟନ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ ନିଜକୁ କ୍ୱାରାଣ୍ଟାଇନ୍‌ ରଖି କରୋନା ଟେଷ୍ଟ କରାଇଥିଲେ। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ୱ ଦେବୁ ବୋଲି ଟୁଇଟ୍‌ ଯୋଗେ ଟ୍ରମ୍ପ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହୋପଙ୍କ ସହ ରାଷ୍ଟ୍ରପତି ନିୟମିତ ଭାବେ ଯାତ୍ରା କରନ୍ତି। ନିକଟରେ ହୋପ ଅନ୍ୟ ସହଯୋଗୀଙ୍କ ସହ ପ୍ରେସିଡେଣ୍ଟ ଡିବେଟ୍‌ ଭାଗ ନେବା ପାଇଁ କ୍ଲିଭଲାଣ୍ଡ ଯାଇଥିଲେ।

Share