ଆଜି ଶପଥ ନେବେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୦ା୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଶପଥ ଗ୍ରହଣ କରିବେ। ଶପଥ ଉତ୍ସବକୁ ବହୁ ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି, ବ୍ୟବସାୟୀ ଏବଂ ଗଣମାଧ୍ୟମ ତାରକାଙ୍କ ସମେତ ଦେଶବିଦେଶରୁ ଅନେକ ହଜାର ବ୍ୟକ୍ତିବିଶେଷ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ତେବେ ଶପଥ ଉତ୍ସବ ବେଳେ କେତେକ ଅପ୍ରୀତିକର ସ୍ଥିତି ଉପୁଜିବା ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଛି। ବିଶେଷକରି ମୁସଲମାନ ସମ୍ପ୍ରଦାୟର ଶରଣାର୍ଥୀ ଓ ଆପ୍ରବାସୀମାନେ ଓ୍ବାଶିଂଟନ ଡିସିରେ ଟ୍ରମ୍ପ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଓ୍ବାଶିଂଟନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶପଥଗ୍ରହଣ ପାଇଁ ଟ୍ରମ୍ପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଶିଂଟନରେ ପହଞ୍ଚତ୍ଛନ୍ତି। ଟ୍ରମ୍ପ୍‌ଙ୍କ ନୀତିକୁ ବିରୋଧ କରି ଶପଥ ଗ୍ରହଣର ଦିନକ ପୂର୍ବରୁ ଓ୍ବାଶିଂଟନ ଡିସିରେ ଅନେକ ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୮୨ ବର୍ଷୀୟ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଉତ୍ତରାଧିକାରୀ ଭାବେ ୭୮ ବର୍ଷୀୟ ଟ୍ରମ୍ପ୍‌ ମଙ୍ଗଳବାର ହ୍ବାଇଟ୍‌ ହାଉସ୍‌ରେ ଅବସ୍ଥାପିତ ହେବେ। ତେବେ ତାଙ୍କର ବିଭିନ୍ନ ନୀତିକୁ ବହୁ ଆମେରିକୀୟ ବିରୋଧ କରୁଛନ୍ତି। ପିପୁଲ୍ସ ମାର୍ଚ୍ଚ ବ୍ୟାନରରେ ସାକ୍ଷୀ ଫର୍‌ ସାଉଥ୍‌ ଏସିଆନ୍‌ ସର୍ଭାଇଭର୍ସ ସମେତ ଅଣଲାଭଦାୟକ ସଂସ୍ଥାଗୁଡ଼ିକ ପକ୍ଷରୁ ବିକ୍ଷୋଭ କରାଯାଇଛି। ୨୦୧୬ରେ ଟ୍ରମ୍ପ୍‌ ଜିତିବା ପରେ ୨୦୧୭ରେ ଶପଥ ଗ୍ରହଣ ପୂର୍ବରୁ ହୋଇଥିବା ଅନୁରୂପ ବିକ୍ଷୋଭ ଶୋଭାଯାତ୍ରାକୁ ଓ୍ବମେନ୍ସ ମାର୍ଚ୍ଚ କୁହାଯାଉଥିବାବେଳେ ଏଥରର ବିକ୍ଷୋଭକୁ ପିପୁଲ୍ସ ମାର୍ଚ୍ଚ ଭାବେ ନାମିତ କରାଯାଇଛି। ବିକ୍ଷୋଭକାରୀମାନେ ଟ୍ରମ୍ପ୍‌ ବିରୋଧୀ ବ୍ୟାନର ଓ ପୋଷ୍ଟର ଧରି ପରବର୍ତ୍ତୀ ରାଷ୍ଟ୍ରପତି ଓ ତାଙ୍କ ଘନିଷ୍ଠ ସମର୍ଥକମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀ ସଂଗଠନ ମଧ୍ୟରେ ଆବର୍ସନ ଆକ୍ସନ ନାଓ, ଟାଇମ୍‌ ଟୁ ଆକ୍ଟ, ସିଷ୍ଟରସଙ୍ଗ୍‌, ଓ୍ବମେନ୍ସ ମାର୍ଚ୍ଚ, ପପୁଲାର ଡେମୋକ୍ରାସି ଇନ୍‌ ଆକ୍ସନ, ହାରିଏଟ୍ସ ଓ୍ବାଇଲ୍ଡେଷ୍ଟ ଡ୍ରିମ୍ସ, ଦି ଫେମିନିଷ୍ଟ ଫ୍ରଣ୍ଟ ଆଦି ସଂସ୍ଥା ରହିଥିଲେ। ସୂଚନାଯୋଗ୍ୟ, ଆର୍କ୍ଟିକ୍‌ ବାୟୁ ପ୍ରବାହ ଯୋଗୁ ସୋମବାର ରାଜଧାନୀରେ ଭୟଙ୍କର ଥଣ୍ଡା ଅନୁଭୂତ ହେବାକୁ ଥିବାରୁ ଶପଥ ଉତ୍ସବ ସମେତ ସେଦିନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଇନ୍‌ଡୋରରେ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଅପହରଣ ପରେ ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୦ ଆତଙ୍କବାଦୀଙ୍କୁ ନିହତ କଲା ସେନା

ଇସଲାମାବାଦ,୧୩।୩: ଗୁରୁବାର ପାକିସ୍ତାନ ସେନା ଦାବି କରିଛି ଯେ ଖାଇବର ପଖତୁନଖୱାର ଦକ୍ଷିଣ ୱାଜିରିସ୍ତାନ ଜିଲାର ଏକ ଫ୍ରଣ୍ଟିୟର୍‌ କର୍ପସ ଶିବିର ନିକଟରେ ଆତ୍ମଘାତୀ ବୋମା...

“ୟୁକ୍ରେନ ସେନା ପାଇଁ ଆଶ୍ବସ୍ତି”: ଯୁଦ୍ଧବିରତି ପ୍ରସ୍ତାବକୁ ସମାଲୋଚନା କଲେ ପୁଟିନଙ୍କ ପ୍ରମୁଖ ସହଯୋଗୀ

ମସ୍କୋ,୧୩ା୩: ଶୁକ୍ରବାର କ୍ରେମଲିନର ଜଣେ ପ୍ରମୁଖ ସହଯୋଗୀ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ପାଇଁ ଆମେରିକା-ୟୁକ୍ରେନ ପ୍ରସ୍ତାବକୁ ସମାଲୋଚନା କରି କହିଛନ୍ତି ଯେ ଏହା...

ହଠାତ୍‌ ବେଲୁଚିସ୍ତାନ କାହିଁକି ପହଞ୍ଚିଲେ ପାକ୍‌ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର କାରଣ

ଇସଲାମାବାଦ,୧୩।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର (୧୩ ମାର୍ଚ୍ଚ, ୨୦୨୫) ବେଲୁଚିସ୍ତାନ ଗସ୍ତ କରିଥିଲେ। ଜାଫର ଏକ୍ସପ୍ରେସ ଅପହରଣ ମାମଲାର ପୀଡିତଙ୍କୁ ଭେଟଛନ୍ତି ଶେହବାଜ...

ସାରା ବିଶ୍ୱରେ ରାଜ୍‌ କରିବ ଚାଇନା, ଭାରତ-ଆମେରିକାକୁ ଲାଗିବ ବଡ଼ ଝଟକା

ବେଜିଂ,୧୩।୩: ଆଗାମୀ କିଛି ବର୍ଷ ମଧ୍ୟରେ ଚାଇନା ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ରାଜ କରିବାକୁ ଯାଉଛି। ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଦାବି କରାଯାଇଛି...

ସୁନୀତା ୱିଲିୟମ୍ସଙ୍କୁ କେତେ ଦରମା ଦିଏ ନାସା, ଆଉ କେଉଁ କେଉଁ ସୁବିଧା ସବୁ ମିଳେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ବୁଚ ୱିଲମୋର ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଫସି ରହିଛନ୍ତି।...

Jaffar Express Hijack: ଆମେ ୭୫ ସେମାନେ ଶହ ଶହ, ଶେଷ ଗୁଳି ପର୍ଯ୍ୟନ୍ତ ଲଢିଲୁ, ବଞ୍ଚିଯାଇଥିବା ପୋଲିସ ଅଧିକାରୀ ଶୁଣାଇଲେ…

ଇସଲାମାବାଦ,୧୩।୩: ମଙ୍ଗଳବାର ସାରେ କ୍ୱେଟାରୁ ପାକିସ୍ତାନର ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ବୁଧବାର ବିଳମ୍ବିତ...

ମୋଦି ମରିସସ୍‌କୁ କାହିଁକି ନେଲେ ମହାକୁମ୍ଭ ଜଳ, ଜାଣନ୍ତୁ କାହା ଇଚ୍ଛା କଲେ ପୂରଣ…

ନୂଆଦିଲ୍ଲୀ,୧୩ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ମରିସସ୍‌ ଗସ୍ତର ଦ୍ୱିତୀୟ ଦିନରେ ପବିତ୍ର ଗଙ୍ଗା ପୁଷ୍କରିଣୀ ପରିଦର୍ଶନ କରିଥିଲେ ଏବଂ ମହାକୁମ୍ଭ ସମୟରେ...

ବୈଠକ ମଝିରେ ଉପରାଷ୍ଟ୍ରପତିଙ୍କ ଗୋଡ଼ ଆଡକୁ କାହିଁକି ଇସାରା କଲେ ଟ୍ରମ୍ପ?ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୧୩।୩: ଆମେରିକାର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ, ଏତେ ଶକ୍ତିଶାଳୀ ବ୍ୟକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image