ଦଳ ଗଢ଼ିବେନି ଟ୍ରମ୍ପ୍‌

ଓ୍ବାଶିଂଟନ, ୨।୩ (ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ୨୦୨୪ରେ ନିଶ୍ଚୟ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଏଥିପାଇଁ ରିପବ୍ଲିକାନ୍‌ମାନେ ଏକତ୍ର କାର୍ଯ୍ୟ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନକୁ ସମାଲୋଚନା କରିଛନ୍ତି। ମାତ୍ର ଗୋଟିଏ ମାସ ମଧ୍ୟରେ ‘ଆମେରିକା ଫାଷ୍ଟ’ରୁ ‘ଆମେରିକା ଲାଷ୍ଟ’କୁ ଚାଲିଯାଇଥିବା ସେ କହିଥିଲେ। ରବିବାର ଫ୍ଲୋରିଡାର ଓର୍ଲାଣ୍ଡୋଠାରେ କଞ୍ଜରଭେଟିଭ୍‌ ପଲିଟିକାଲ ଆକ୍ସନ କମିଟିରେ ଉଦ୍‌ବୋଧନ ଦେଇଥିଲେ। ଆମେ ସିନେଟ ଜିତିବା ପରେ ହ୍ବାଇଟ୍‌ ହାଉସ୍‌ରେ ରିପବ୍ଲିକାନ ରାଷ୍ଟ୍ରପତିଙ୍କ ଦଖଲକୁ ଆସିବ ବୋଲି ଟ୍ରମ୍ପ୍‌ କହିଥିଲେ। ଏହାସହ ଟ୍ରମ୍ପ୍‌ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ଯେଉଁ ଚର୍ଚ୍ଚା ଜୋର ଧରିଥିଲା ତାକୁ ସେ ଖଣ୍ଡନ କରିଛନ୍ତି।

Share