ଓ୍ବାଶିଂଟନ,୧।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୩ରେ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ୧୮ଟି ନିର୍ବାଚନ ରାଲି କରାଯାଇଛି। ଏହାଯୋଗୁ ୩୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୭ ଶହ ଜଣଙ୍କ ମୃତ୍ୟୁ ଘଟିଛି। ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏବେ ଏହି ରିପୋର୍ଟକୁ ନେଇ ଆମେରିକାରେ ଚର୍ଚ୍ଚା ଆରମ୍ଭ ହୋଇଛି। ସାମାଜିକ ଦୂରତା ବଜାୟ ନ ରଖିବାରୁ ଏଭଳି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଜୁନ୍ ୨୦ରୁ ସେପ୍ଟେମ୍ବର ୨୨ ମଧ୍ୟରେ ହୋଇଥିବା ଏହିୀ ନିର୍ବାଚନ ରାଲିରେ ଦେଶର ସାଧାରଣ ଜନତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିବା ଏଥିରେ ଦର୍ଶାଯାଇଛି। ଏହି ରିପୋର୍ଟକୁ ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଟୁଇଟରରେ ଅପଲୋଡ୍ କରି କହିଛନ୍ତି ଯେ, ଦେଶର ଜନତାଙ୍କ ସ୍ବାସ୍ଥ୍ୟ ପ୍ରତି ଟ୍ରମ୍ପ୍ଙ୍କର କୌଣସି ଚିନ୍ତା ନାହିଁ।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍