Advertisement

ଶପଥ ନେଲା ପରେ ପ୍ରଥମ ନିଷ୍ପତ୍ତିରେ ଭାରତକୁ ଝଟକା ଦେଇ ପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକା ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଭାରତୀୟ ବ୍ୟବସାୟୀମାନଙ୍କୁ ଏଣିକି ଅଧିକ କଷ୍ଟମ ଡ୍ୟୁଟି ଦେବାକୁ ପଡିପାରେ। ବିଶେଷ କରି ଅଟୋମୋବାଇଲ୍ସ, ଟେକ୍ସଟାଇଲ ଏବଂ ଔଷଧ ଆଦି ଉପରେ ଅଧିକ କର ଦେବାକୁ ପଡିବ। କାରଣ ନୂତନ ଆମେରିକା ସରକାର ତାଙ୍କର ‘ଆମେରିକା ପ୍ରଥମ’ ନୀତିକୁ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛନ୍ତି।

ଏଥିସହିତ ଭାରତରୁ ସର୍ବାଧିକ ଲୋକେ ଯେଉଁ ଭିସାରେ ଆମେରିକା ଯାଉଛନ୍ତି, ତାହା ଉପରେ ମଧ୍ୟ କଟକଣା ଲାଗିପାରେ। ଯଦି ଟ୍ରମ୍ପ ଏଚ-୧ବି ଭିସା ନିୟମରେ ପରିବର୍ତନ କରନ୍ତି, ତେବେ ଏହାଦ୍ୱାରା ଭାରତୀୟ ସ୍ୱଫ୍ଟଓୟାର କମ୍ପାନୀ ଗୁଡିକ ପ୍ରଭାବିତ ହୋଇପାରନ୍ତି। ଭାରତୀୟ ଆଇଟି କମ୍ପାନୀ ମାନଙ୍କର ୮୦ ପପ୍ରତିଶତ ଆୟ ଆମେରିକାରୁ ଆସିଥାଏ।

ତେବେ ଆମେରିକା ସହିତ ଭାରତ ସର୍ବାଧିକ ବ୍ୟବସାୟିକ କାରବାର କରିଥାଏ। ୧୯୦ ବିଲିୟନ ଦଳର ଅଟେ। ନିର୍ବାଚନ ଫଳାଫଳ ପରେ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଯେ, ଟ୍ରମ୍ପ ଚାଇନା ସହିତ ଭାରତ ଏବଂ ଅନ୍ୟ କିଛି ଦେଶରୁ ଆମଦାନୀ ହେଉଥିବା ଜିନିଷ ଉପରେ କର ବୃଦ୍ଧି କରିପାରନ୍ତି। ଟ୍ରମ୍ପ ପୂର୍ବରୁ ଭାରତକୁ ଟାରିଫ କିଙ୍ଗ ବୋଲି ମଧ୍ୟ କହିସାରିଛନ୍ତି। ଏଥିରୁ ଜଣା ପଡୁଛି ଯେ, ଟ୍ରମ୍ପଙ୍କର ଦ୍ୱିତୀୟ ପାଳିରେ ବ୍ୟବସାୟ ପାଇଁ କଠୋର ନିୟମ ଆଣିପାରନ୍ତି।

ଟ୍ରମ୍ପଙ୍କ ନିଜର ଆମେରିକା ପ୍ରଥମ ନୀତିକୁ ଅଗ୍ରାଧିକାର ଦେଇ ଯେସାକୁ ତେସା ନୀତି ଆପଣାଇ ପାରନ୍ତି। ଏହାଦ୍ୱାରା ସେ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ଅଟୋମୋବାଇଲ୍ସ, ଟେକ୍ସଟାଇଲ, ଔଷଧ, ୱାଇନ ଆଦି ଉପରେ କର ବୃଦ୍ଧି କରିପାରନ୍ତି।

ତେବେ ଚାଇନା ପ୍ରତି ଟ୍ରମ୍ପଙ୍କର କଠୋର ମନୋଭାବ ଭାରତ ପାଇଁ ସୁଯୋଗ ସୃଷ୍ଟି କରିପାରେ। ଭାରତ ଏବଂ ଆମେରିକା ମଧ୍ୟରେ ୨୦୨୩-୨୪ରେ ୧୨୦ ବିଲିୟନ ଡଲାର ରହିଛି, ଯାହା ୨୦୨୨-୨୩ରେ ୧୨୯ ବିଲିୟନ ଡଲାର ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share