ଟ୍ରମ୍ପ୍‌ଙ୍କ ଝିଆରୀଙ୍କ ବିବାଦୀୟ ମନ୍ତବ୍ୟ: ସେ ଜଣେ କ୍ରୁର-ବିଶ୍ୱାସଘାତୀ ଶାସକ, ତାଙ୍କୁ ଜେଲ ପଠାଯିବା ଆବଶ୍ୟକ

ଓ୍ବାଶିଂଟନ୍‌, ୫।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ତାଙ୍କ ଝିଆରୀ ମେରି ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମେରି କହିଛନ୍ତି ଯେ, ତାଙ୍କ ଦାଦା ଜଣେ କ୍ରୁର ଏବଂ ବିଶ୍ୱାସଘାତୀ ଶାସକ। ସେ କେତେକ ଆପରାଧୀକ ମାମଲା ସହିତ ଜଡ଼ିତ। ସେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ତାଙ୍କୁ ଜେଲ୍‌ ପଠାଯିବା ଉଚିତ ବୋଲି ମେରି କହିଛନ୍ତି। ମନୋବିଜ୍ଞାନୀ ଏବଂ ଲେଖିକା ମେରି ଟ୍ରମ୍ପ୍‌ଙ୍କର ଜଣେ ମୁଖ୍ୟ ସମାଲୋଚକ। ସେ ଆସୋସିଏଟେଡ୍‌ ପ୍ରେସ୍‌କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ବିରୋଧରେ ଆପରାଧିକ ମାମଲାର ବିଚାର କରାଗଲେ ଦେଶରେ ରାଜନୈତିକ ବିଭାଜନର ଆଶଙ୍କା ରହିଥିବା ମେରି କହିଛନ୍ତି। ଏନେଇ ଟ୍ରମ୍ପ୍‌ଙ୍କ ପ୍ରଚାର ଅଭିଯାନ କମିଟି ପକ୍ଷରୁ କୁହାଯାଇଛି ଯେ ମେରି ଫ୍ରେଡ୍‌ ଜୁନିୟରଙ୍କ ଝିଅ। ଫ୍ରେଡ୍‌ ଟ୍ରମ୍ପ୍‌ଙ୍କର ବଡ଼ ଭାଇ। ମେରି ନିଜ ପୁସ୍ତକ ‘ ଠୁ ମଚ୍‌ ଆଣ୍ଡ୍‌ ନେଭର ଇନଫ୍‌: ହାଓ୍ବ ମାଇଁ ଫ୍ୟାମିଲୀ କ୍ରିଏଟେଡ୍‌ ଦି ଓ୍ବାଲ୍ଡସ୍‌ ମୋଷ୍ଟ୍‌ ଡେଞ୍ଜରିୟସ୍‌ ମ୍ୟାନ୍‌’ରେ ଟ୍ରମ୍ପ୍‌ଙ୍କ ବିରୋଧରେ ଲେଖିଛନ୍ତି। ଏଭଳି କରି ସେ ଅଧିକ ପୁସ୍ତକ ବିକ୍ରି ପାଇଁ ପ୍ରୟାସ କରୁଥିବା ପ୍ରଚାର ଅଭିଯାନ କମିଟିର ପ୍ରବକ୍ତା ମେରିଙ୍କ ବିରୋଧରେ ଅଭିଯୋଗ ଆଣିିଛନ୍ତି।

Share