ଆପରାଧିକ ମାମଲାରେ ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ, ରାଷ୍ଟ୍ରପତି ଦୌଡରୁ ପଡିବେ କି ବାଦ୍‌!

ଓ୍ବାଶିଂଟନ୍‌,୩୦।୬:ହ୍ବାଇଟ୍‌ ହାଉସ୍‌ର ଅଫିସିଆଲ ଦସ୍ତାବିଜକୁ ନିଜ ଘରେ ଲୁଚାଇବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଅପରାଧୀ ସାଜିଥିବା ଟ୍ରମ୍ପ ଆଗାମୀ ନିର୍ବାଚନରେ ରାଷ୍ଟ୍ରପତି ଦୌଡରେ ସାମିଲ୍‌ ହୋଇଛନ୍ତି। ତେବେ ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି କି ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ସରକାରୀ ଦସ୍ତାବିଜ ଲୁଚାଇବା ଏବଂ ଅନେକ ଆପରାଧିକ ମାମଲା ଯୋଗୁ ତାଙ୍କର ଲୋକପ୍ରିୟତା ହ୍ରାସ ପାଇବାର ମୁଖ୍ୟ କାରଣ ବୋଲି ସର୍ଭେରେ କୁହାଯାଇଛି।

ଜୁନ ୨୨ ରୁ ୨୬ ମଧ୍ୟରେ ଏପି-ଏନଓଆର୍‌ସି ସେଣ୍ଟର ଫର୍‌ ପବ୍ଲିକ୍‌ ଆଫଏର୍ସ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଜଣାପଡିଥିଲା କି, ୬୦ପ୍ରତିଶତ ପାର୍ଟି ସଦସ୍ୟ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ଯାହା ଏପ୍ରିଲରେ ୬୮ ପ୍ରତିଶତ ଥିଲା। ୩୮ ପ୍ରତିଶତ ପାର୍ଟି ସଦସ୍ୟ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରନ୍ତି ନାହିଁ ବୋଲି ସର୍ଭେରୁ ଜଣାପଡିଛି।

Share