ଟ୍ରମ୍ପ୍‌ ସମର୍ଥକଙ୍କ ସିନେଟ୍‌ ଦଖଲ ଉଦ୍ୟମ : ଓ୍ବାଶିଂଟନରେ କର୍ଫ୍ୟୁ

ଓ୍ବାଶିଂଟନ,୭।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଦାୟ ନେବାକୁ ଯାଉଛନ୍ତି। ତେବେ ଅନ୍ତିମ ଦିନ ପାଖେଇ ଆସୁଥିବାବେଳେ ମଧ୍ୟ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିଜୟକୁ ବିରୋଧ କରି ଟ୍ରମ୍ପ୍‌ ସମର୍ଥକ ହିଂସାକାଣ୍ଡ ଭିଆଇଛନ୍ତି। ସମର୍ଥକମାନେ ଆମେରିକା ସଂସଦ ପରିସରରେ ଥିବା ସିନେଟ୍‌କୁ ଦଖଲ କରିବା ପାଇଁ ଉଦ୍ୟମ କରିଛନ୍ତି। ଏହାକୁ ନେଇ ସୁରକ୍ଷାକର୍ମୀ ଏବଂ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ସମର୍ଥକମାନେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଆକ୍ରମଣ କରିଥିଲେ। ବାଧ୍ୟ ହୋଇ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ସମର୍ଥକମାନେ ଓ୍ବାଶିଂଟନରୁ ରାଲିରେ ଆସି କ୍ୟାପିଟାଲ ହିଲ୍‌ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଶେଷରେ ସୁରକ୍ଷାକର୍ମୀ ସେମାନଙ୍କୁ ସେଠାରୁ ବାହାର କରିଦେଇଛନ୍ତି। ଟ୍ରମ୍ପ୍‌ଙ୍କୁ କ୍ଷମତାରେ ରଖିବା ପାଇଁ ସମର୍ଥକମାନେ ପୁଣିଥରେ ଭୋଟ ଗଣନା କରାଯିବାକୁ ଦାବି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଓ୍ବାଶିଂଟନରେ କର୍ଫ୍ୟୁ ଘୋଷଣା କରାଯିବା ସହିତ ୧୫ ଦିନିଆ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ଏହା ସହିତ ଟ୍ରମ୍ପ୍‌ଙ୍କ ଟୁଇଟର, ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ୍‌ ଆଦି ଆକାଉଣ୍ଟ୍‌କୁ ବ୍ଲକ୍‌ କରିଦିଆଯାଇଛି। କର୍ଫ୍ୟୁ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି

Share