ଧମକପୂର୍ଣ୍ଣ ପୋଷ୍ଟ କରି ଅଡୁଆରେ ଟ୍ରମ୍ପ, କୋର୍ଟରେ ପିଟିଶନ ଦାଖଲ

ଓ୍ବାଶିଂଟନ୍‌,୫।୮: ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦିନକୁ ଦିନ ତାଙ୍କ ତାଙ୍କ ଅଡୁଆ ବଢିବାରେ ଲାଗିଛି। ୨୦୨୦ ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରିବା ମାମଲାରେ ଆଇନଜୀବୀମାନେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ କୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ନିକଟରେ ଟ୍ରମ୍ପ ଏକ ଧମକପୂର୍ଣ୍ଣ ଲେଖା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେ ଲେଖିଥଲେ, ଯଦି ତୁମେ ମୋତେ ଅନୁସରଣ କରୁଛ ତେବେ ମୁଁ ମଧ୍ୟ ତୁମକୁ ଅନୁସରଣ କରିବି। ଯାହାକୁ ନେଇ ଆଇନଜୀବୀ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ୱାଶିଂଟନ ଫେଡେରାଲ କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସ୍ବତନ୍ତ୍ର ପରାମର୍ଶଦାତା ଜ୍ୟାକ ସ୍ମିଥ କହିଛନ୍ତି, ଟ୍ରମ୍ପଙ୍କ ପୋଷ୍ଟ ଚିନ୍ତା ପ୍ରକଟ କରିଛି। ସେ ଗ୍ରାଣ୍ଡ ଜୁରି ଟ୍ରାନ୍ସକ୍ରିପସନ ଭଳି ଗୁପ୍ତ ସାମଗ୍ରୀକୁ ସର୍ବସାଧାରଣରେ ପ୍ରକାଶ କରିପାରନ୍ତି। ଗ୍ରାଣ୍ଡ ଜୁରି ଟ୍ରାନ୍ସକ୍ରିପସନ ଦ୍ୱାରା ସେ ନିଜକୁ ବଞ୍ଚାଇବା ପାଇଁ ସାକ୍ଷ୍ୟ ପ୍ରମାଣ ପ୍ରସ୍ତୁତ କରିଥା’ନ୍ତି। ସରକାରଙ୍କ ତରଫରୁ ମିଳିଥିବା ଗୋପନୀୟ ତଥ୍ୟକୁ ମିଥ୍ୟା କହି ଟ୍ରମ୍ପ ସାକ୍ଷୀମାନଙ୍କୁ ଭୟଭୀତ କରିପାରନ୍ତି ବୋଲି ଆବେଦନରେ ଦର୍ଶାଯାଇଛି।

Share