Categories: ଜାତୀୟ

ତୃଣମୂଳ ଆରମ୍ଭ କଲା ନୂଆ ସ୍ଳୋଗାନ୍‌

କୋଲକାତା,୨୦।୨: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଭାଜପା ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ ତୃଣମୂଳ ପକ୍ଷରୁ ନୂଆ ସ୍ଲୋଗାନ୍‌ ଆରମ୍ଭ କରାଯାଇଛି। ପଶ୍ଚିମବଙ୍ଗକୁ ନିଜ ଝିଅ ଦରକାର ବୋଲି ତୃଣମୂଳ ସ୍ଲୋଗାନ୍‌ ଦେଉଛି। ଏହି ସ୍ଲୋଗାନ ଦ୍ୱାରା ତୃଣମୂଳ ଭାଜପା, କଂଗ୍ରେସ ଏବଂ ବାମଦଳର ମୁକାବିଲା କରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ସେହିପରି ଭାଜପାକୁ ତୃରମୂଳ ପକ୍ଷରୁ ବାହାରର ରାଜନୈତିକ ଦଳ କୁହାଯାଉଛି। ଏହାର ମୁକାବିଲା କରିବାକୁ ରାଜ୍ୟର ଝିଅ ହିଁ ଉପଯୁକ୍ତ ବୋଲି ଦଳ ପକ୍ଷରୁ କୁହାଯାଇଛି।

Share