ତୃପ୍ତି କହିଲେ ୱେଟ୍‌ ଆଣ୍ଡ ୱାଚ୍‌

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଅଭିନେତା ବାବୁସାନ୍‌ ମହାନ୍ତି ଓ ତାଙ୍କ ସ୍ତ୍ରୀ ତୃପ୍ତି ଶତ୍‌ପଥୀଙ୍କ ପାରିବାରିକ କଳହର ସମାଧାନ ପାଇଁ ସମସ୍ତେ ଚାହାନ୍ତି। ପ୍ରଂଶସକଠାରୁ ଆରମ୍ଭ କରି ସମ୍ପର୍କୀୟ ସମସ୍ତେ ଚାହାନ୍ତି ବାବୁ – ତୃପ୍ତି ଏକ ହୋଇଯାନ୍ତୁ। ଏ ନେଇ ଆପୋସ ସମାଧାନ ପାଇଁ ଶୁକ୍ରବାର ବାବୁସାନଙ୍କ ସମ୍ପର୍କୀୟ ତୃପ୍ତିଙ୍କ ଘରକୁ ଯାଇଥିବା ଜଣାପଡ଼ିଛି। ଏହି ସମୟରେ ତୃପ୍ତି ୱେଟ୍‌ ଆଣ୍ଡ ୱାଚ କହିଥିଲେ । ଏ ନେଇ ତୃପ୍ତିଙ୍କ ମାଉସୀ କହିଛନ୍ତି ଯେ, ‘ଆମ ଘରକୁ ବାବୁସାନଙ୍କ ସମ୍ପର୍କୀୟ ଆଲୋଚନା ପାଇଁ ଆସିଥିଲେ। ଝିଅ ତୃପ୍ତି ଓ ନାତିର ସ୍ବାସ୍ଥ୍ୟ କଥା ମଧ୍ୟ ପଚାରି ବୁଝିଥିଲେ ।

Share