Categories: ଜାତୀୟ

ସବୁବେଳେ ସତ୍ୟର ବିଜୟ

ନୂଆଦିଲ୍ଲୀ,୫ା୮: ଆପରାଧିକ ମାନହାନି ମାମଲାରେ ମିଳିଥିବା ଦଣ୍ଡ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସବୁବେଳେ ସତ୍ୟର ବିଜୟ ହୋଇଆସିଛି। ଆଜି ନ ହେଲେ କାଲି କିମ୍ବା ପରଦିନ ସତର ବିଜୟ ନିଶ୍ଚିତ। ମୋ କାର୍ଯ୍ୟକୁ ନେଇ ମୋ ପାଇଁ ପଥ ପରିଷ୍କାର ରହିଛି। ମୋ ମନରେ ସ୍ପଷ୍ଟତା ରହିଛି। ସ୍ନେହ ଦେଇ ସମର୍ଥନ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ।
ରାୟକୁ ସ୍ବାଗତକରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଆଜି ଏକ ଖୁସିର ଦିନ। ଏହା କେବଳ ରାହୁଲଙ୍କ ପାଇଁ ନୁହେଁ, ବରଂ ଦେଶବାସୀ ଓ ଗଣତନ୍ତ୍ରର ବିଜୟ। ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବାର ୨୪ ଘଣ୍ଟା ଭିତରେ ତାଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରାଯାଇଥିଲା। ସେ ଏମ୍‌ପି ପଦ ଫେରିପାଇବାକୁ କେତେ ସମୟ ଲାଗିବ। ସମ୍ବିଧାନ ବଞ୍ଚତ୍ଛି ଏବଂ ଏହା ହେଉଛି ଲୋକେ ନ୍ୟାୟ ପାଇବାର ଦୃଷ୍ଟାନ୍ତ। ଏହା ସାଧାରଣ ଜନତା ଓ ସାମ୍ବିଧାନିକ ସିଦ୍ଧାନ୍ତର ବିଜୟ। ସର୍ବୋଚ୍ଚ ଅଦାଲତଙ୍କ ରାୟ ଭାଜପାର ଷଡ଼ଯନ୍ତ୍ରକୁ ଧରାପକାଇଦେଇଛି। ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀ ବାଚସ୍ପତିଙ୍କୁ ରାହୁଲଙ୍କ ସଦସ୍ୟତା ପୁନଃ ଅବସ୍ଥାପିତ କରିବା ପାଇଁ ଅନୁରୋଧ କରିଛନ୍ତି। ରାହୁଲଙ୍କୁ ଗୃହକୁ ଆସିବାକୁ ଅନୁମତି ଦିଆଯାଉ ବୋଲି ଲୋକ ସଭାରେ ଅଧ୍ୟକ୍ଷତା କରୁଥିବା ରାଜେନ୍ଦ୍ର ଅଗ୍ରଓ୍ବାଲଙ୍କ ନିକଟରେ ସେ ଦାବି କରିଥିଲେ। ରାଜେନ୍ଦ୍ର କହିଥିଲେ, ବାଚସ୍ପତି ଓମ୍‌ ବିର୍ଲା ଏହି ଘଟଣାକ୍ରମକୁ ସ୍ବତଃ ସଜ୍ଞାନକୁ ନେବେ।

Share