କରୋନା ସମୟରେ ଥଣ୍ଡା, କାଶ ଶୀଘ୍ର ଭଲ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ପାଇଁ ଆମ ଦେଶର କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ବି କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଲୋକଙ୍କୁ କୋଭିଡ ନିୟମ ମାନି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏପରି ଜଟିଳ ପରିସ୍ଥିତିରେ ସୁସ୍ଥ ରହିବା ଏକ ବଡ଼ ଚ୍ୟାଲେଞ୍ଜ। ଋତୁ ପରିବର୍ତ୍ତନ ଯୋଗୁ ଥଣ୍ଡା, କାଶ ଏବଂ ଜ୍ୱର ଆଶଙ୍କା ବଢ଼ିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। ଜାଣନ୍ତୁ ଏ ସମ୍ପର୍କରେ କିଛି ଟିପ୍ସ…

ଲୁଣପାଣି:

ଯଦି ଥଣ୍ଡା ହୁଏ ତେବେ ଲୁଣପାଣି ବାମ୍ଫ ନେବା ସବୁଠୁ ଭଲ ଉପାୟ। ଏଥିପାଇଁ ଏକ ପାତ୍ରରେ ପାଣି ଗରମ କରି ଏଥିରେ ଗୋଟିଏ ଚାମଚ ଲୁଣ ପକାଇ ବାଷ୍ପ କରନ୍ତୁ। ଏଥିରେ ମୁଣ୍ଡକୁ ଘୋଡ଼ାଇ ବାମ୍ଫ ନିଅନ୍ତୁ। ଏହା କରିବା ଦ୍ୱାରା ଆରାମ ଲାଗିବ।

ହଳଦୀ ଏବଂ କ୍ଷୀର:

ଥଣ୍ଡା-କାଶ ଏକ ଭୂତାଣୁ ଜନିତ ରୋଗ। ଏଥିପାଇଁ ଅଧା ଚାମଚ ହଳଦୀ, ଅଧା ଚାମଚ ଦେଶୀ ଘିଅ ଏବଂ ଅଧା ଚାମଚ ମହୁ ନେଇ ଏ ଗ୍ଲାସ ଉଷୁମ କ୍ଷୀରରେ ମିଶାଇ ସେବନ କରନ୍ତୁ। ଦୁଇରୁ ତିନିଦିନ ମଧ୍ୟରେ ଥଣ୍ଡା କାଶ ଭଲ ହୋଇଯିବ। ରାତିରେ ଶୋଇବା ପୂର୍ବରୁ ହଳଦୀ କ୍ଷୀର ପିଅନ୍ତୁ। ଦେହ ପାଇଁ ସବୁଠୁ ହିତକାରୀ।

ଭିଟାମିନ୍‌ ସି ଥିବା ଖାଦ୍ୟ ଖାଆନ୍ତୁ:

କରୋନା ଭୂତାଣକୁ ଏଡ଼ାଇବା ପାଇଁ ଡାକ୍ତରମାନ ଭିଟାମିନ୍‌ ସି ଥିବା ଫଳ ଏବଂ ପନିପରିବା ଖାଇବାକୁ ପରାମର୍ଶ ଦେଉଛନ୍ତି। ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଯେତେବେଳେ ଥଣ୍ଡା ଲାଗୁଛି ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ଯଥାସମ୍ଭବ ଖାଆନ୍ତୁ।