‘ମୋ ପାଟି ଚୁପ୍‌ ପାଇଁ ଚାଲିଛି ପ୍ରୟାସ’

ଇସଲାମାବାଦ,୨୭ା୧: ପିଟିଆଇ ନେତା ଫଓ୍ବାଦ ଚୌଧୁରୀ ଗିରଫ ହେବା ପରେ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ୍‌ ମୁଖ୍ୟ ଇମ୍ରାନ ଖାନ୍‌ କହିଛନ୍ତି, ତାଙ୍କୁ ଗିରଫ କରି ମୋ’ ପାଟି ଚୁପ୍‌ ରହିବା ପାଇଁ ଉଦ୍ୟମ ଚାଲିଛି।

ତେବେ ସେ ମୃତ୍ୟୁ କିମ୍ବା ନଜରବନ୍ଦୀକୁ କେବେ ଭୟ କରୁନାହାନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖିଥିବା କହିଛନ୍ତି।
ଫଓ୍ବାଦଙ୍କ ଗିରଫଦାରୀକୁ ଖଣ୍ଡନ କରି ସେ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ ଆଇନଗତ ଭାତୃଭାବ ଏବଂ ନ୍ୟାୟପାଳିକା ସେମାନଙ୍କର ଭୂମିକା ଗ୍ରହଣ କରିବା ଉଚିତ ଏବଂ ଯେଉଁମାନେ କୋର୍ଟରେ ତାଙ୍କୁ ପେସ୍‌ କରିନାହାନ୍ତି ସେମାନେ ଉତ୍ତରଦାୟୀ ହେବା ଉଚିତ। ସେ କହିଛନ୍ତି, ଦେଶର ଭବିଷ୍ୟତ ଦୁର୍ବଳ ଦେଖାଯାଉଛି। ତେଣୁ ସେ ଦେଶର ବିକାଶ ପାଇଁ ଆହ୍ବାନ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନର ଲୋକମାନେ ଏହାର ପ୍ରକୃତ ଉତ୍ତରାଧିକାରୀ ଏବଂ ଦେଶ ନ୍ୟାୟ ନୀତିରେ ପରିଚାଳିତ ହେବା ଆବଶ୍ୟକ। ଯାହା ମଧ୍ୟ ମଦିନା ରାଜ୍ୟର ଆଧାର ଥିଲା।

ଇମ୍ରାନ କହିଛନ୍ତି, ମୁନ୍‌ସୀ ଶବ୍ଦ ବ୍ୟବହାର କରିବା ପାଇଁ ଫଓ୍ବାଦଙ୍କୁ ଗିରଫ କରାଯାଇଛି। ଯାହାକି ଅପରାଧ ନ ଥିଲା। ଦେଶରେ ଦାରିଦ୍ର୍ୟ ହଟାଇବା ପାଇଁ ନ୍ୟାୟ ରହିବା ଉଚିତ ବୋଲି ସେ କହିଛନ୍ତି।

Share