Categories: ଜାତୀୟ

ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଟି.ଏସ୍‌ ସିଂ ଦେଓ

ରାୟପୁର,୧୭।୭: ଛତିଶଗଡ ମନ୍ତ୍ରୀ ଟି.ଏସ୍‌ ସିଂ ଦେଓ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା। ତେବେ ସିଂ ଦେଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଡାକ୍ତରୀ ଶିକ୍ଷା, ୨୦ ପଏଣ୍ଟ ଇମ୍ପ୍ଲିମେଟେସନ ଏବଂ ଦ୍ରବ୍ୟ ଓ ସେବା କର ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବେ । ସିଂ ଦେଓ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ଦଳ ନିର୍ବାଚନ ସମୟରେ ଘୋଷଣା କରିଥିବା ଇସ୍ତାହାର ପୂରଣ ନ କରିପାରିବା ପରି କାରଣ ମଧ୍ୟ ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

Share