ଜ୍ୟୋତିର୍ଗମୟ ସହ ଟିଏସ୍‌ଏଫ୍‌ର ବୁଝାମଣା

ଭୁବନେଶ୍ୱର, ୯।୭ (ଅଭୟ ଦାଶ): ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ପକ୍ଷରୁ ସକ୍ଷମ ଓ ଆଇଆଇଟି ଦିଲ୍ଲୀର ଆସିଷ୍ଟେକ୍‌ ଲାବ୍‌ର ଅଭିଯାନ ଜ୍ୟୋତିର୍ଗମୟ ସହ ନିକଟରେ ଏକ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରାଯାଇଛି। ବିଶେଷକରି ଆସିଷ୍ଟିଭ୍‌ ଟେକ୍ନୋଲୋଜି ଜରିଆରେ ଦୃଷ୍ଟିହୀନମାନଙ୍କୁ ଚିହ୍ନଟ କରିବା ସହିତ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ଦୃଷ୍ଟିହୀନମାନଙ୍କୁ ପଢ଼ାପଢ଼ି ଓ ଲେଖାଲେଖିରେ ସ୍ବାଧୀନ କରିବା ସହ ବିଭିନ୍ନ ପ୍ରକାର ଅନ୍‌ଲାଇନ କାର୍ଯ୍ୟକଳାପ ଯଥା ବ୍ୟାଙ୍କଖାତା ପରିଚାଳନା, ବ୍ୟାଙ୍କ କାରବାର, ରେଳ ଟିକେଟ ସଂରକ୍ଷଣ, ଅନ୍‌ଲାଇନ ଶପିଙ୍ଗ୍‌ କିମ୍ବା କୌଣସି ସ୍ଥାନରେ ପହଞ୍ଚତ୍ବା ଲାଗି ଗୁଗଲ୍‌ ମ୍ୟାପ୍‌ ବ୍ୟବହାର କରିବାରେ ସକ୍ଷମ କରିବା ଲାଗି ଆସିଷ୍ଟିଭ୍‌ ପ୍ରଯୁକ୍ତି ଆଧାରିତ ସମାଧାନର ଗୁରୁତ୍ୱକୁ ସ୍ବୀକୃତି ପ୍ରଦାନ ଲାଗି ଜ୍ୟୋତିର୍ଗମୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସକ୍ଷମର ପ୍ରତିଷ୍ଠାତା ଡ. ଦୀପେନ୍ଦ୍ର ମନୋଚା ଓ ସକ୍ଷମର ଷ୍ଟ୍ରାଟେଜିକ୍‌ ଆଡଭାଇଜର ରାଜୀବ ରାତୁରୀ, ଟିଏସ୍‌ଏଫ୍‌ର ସିଇଓ ସୌରଭ ରାୟ ଓ ଟିଏସ୍‌ଏଫ୍‌ର ଦକ୍ଷତା ବିକାଶ ମୁଖ୍ୟ କ୍ୟାପ୍‌ଟେନ୍‌ ଅମିତାଭ ପ୍ରମୁଖ ଉକ୍ତ ଏମ୍‌ଓୟୁରେ ସ୍ବାକ୍ଷର କରିଛନ୍ତି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନର ସିଇଓ ସୌରଭ ରାୟ କହିଛନ୍ତି, ଦିବ୍ୟାଙ୍ଗକୁ ସମ୍ମାନ ଦେବା ଓ ସକ୍ଷମ କରିବାର ସନ୍ଧାନରେ ସବଲ୍‌ ପକ୍ଷରୁ ଏକ ପ୍ଲାଟ୍‌ଫର୍ମ ଗଠନ କରାଯାଇଛି, ଯାହା ନାଗରିକ ସମାଜ, କମ୍ପାନୀ ଓ ସାର୍ବଜନୀନ ବ୍ୟବସ୍ଥାକୁ ଏକଜୁଟ କରିଛି। ଏହା ପ୍ରତି ବର୍ଷ ୧୦,୦୦୦ରୁ ଅଧିକ ଲୋକଙ୍କ ସହ କାର୍ଯ୍ୟ କରୁଛି,ଯେଉଁଥିରେ ସମ୍ବେଦନଶୀଳ ଜୀବନଯାପନ କରୁଥିବା ଦିବ୍ୟାଙ୍ଗଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ଆମର ବିଶ୍ୱାସ ରହିଛି, ସକ୍ଷମ ଓ ଆଇଆଇଟି ଦିଲ୍ଲୀ ଭଳି ସହଯୋଗୀଙ୍କ ସହ ଜ୍ୟୋତିର୍ଗମୟ ଭଳି କାର୍ଯ୍ୟକ୍ରମର ସବଲ୍‌ ସହିତ ସମାନ ମୂଲ୍ୟବୋଧ ରହିଛି ଏବଂ ଏହି ସହଯୋଗିତାର ସମ୍ଭାବନାକୁ ନେଇ ଆମେ ବେଶ୍‌ ଉତ୍ସାହିତ ରହିଛୁ। ଉକ୍ତ ପ୍ରକଳ୍ପର ଲକ୍ଷ୍ୟ ହେଉଛି, ଦୃଷ୍ଟିହୀନ ଓ ପଢ଼ି ପାରୁ ନ ଥିବା ଲୋକଙ୍କ ମଧ୍ୟରେ ଆସିଷ୍ଟିଭ୍‌ ଟେକ୍ନୋଲୋଜି ଓ ତା’ର ବ୍ୟବହାରକୁ ନେଇ ସଚେତନତା ସୃଷ୍ଟି କରିବା ଏବଂ ସେମାନେ ସମାଜରେ ତାହାର ସଚେତନତା ବଢ଼ାଇବେ ଏବଂ ବ୍ୟବହାରକାରୀଙ୍କ ନେଟ୍‌ୱର୍କ ସମ୍ପ୍ରସାରଣ କରିବେ। ଆସନ୍ତା ୨ ବର୍ଷରେ ୧୨୫୮ ଜଣ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବାକୁ ପ୍ରକଳ୍ପ ଜରିଆରେ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri