Categories: ବାଣିଜ୍ୟ

ମେଟ୍ରନ୍‌ ସହ ଟିଏସ୍‌ଏମ୍‌ଏଲ୍‌ର ସହଭାଗିତା

ଭୁବନେଶ୍ୱର,୩୧।୫: ଅନ୍ତଃରାଷ୍ଟ୍ରୀୟ ଘରୋଇ ସଂସ୍ଥା ମେଟ୍ରନ୍‌ ସହ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌(ଟିଏସ୍‌ଏମ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ହୋଇଥିବା ଜଣାପଡ଼ିଛି। ବିଶେଷକରି କମ୍ପାନୀର କଟକ ଜିଲାସ୍ଥିତ ଆଠଗଡ଼ଠାରେ ଥିବା ଫେରୋ ଆଲଏଜ୍‌ କାରଖାନା ପାଇଁ ଏକ ଉନ୍ନତ ଶକ୍ତି ପରିଚାଳନା ଓ ଉନ୍ନତୀକରଣ ପ୍ଲାଟ୍‌ଫର୍ମ ପ୍ରସ୍ତୁତକରି ତାହାକୁ କାର୍ଯ୍ୟକାରୀ କରିବା ହେଉଛି ଏହି ସହଭାଗିତାର ମୁଖ୍ୟ ଉଦ୍ଦେଶ୍ୟ। ଏପରିକି ମେଟ୍ରନ୍‌ ପକ୍ଷରୁ ବିକଶିତ କରାଯାଇଥିବା ସଫ୍ଟୱେର ଟାଟା ଷ୍ଟିଲ୍‌ ମାଇନିଂର କାରଖାନା ୟୁଟିଲିଟିଗୁଡ଼ିକରେ କାର୍ବନ ଫୁଟ୍‌ପ୍ରିଣ୍ଟ୍‌କୁ ହ୍ରାସ କରିବା ସହ ଶକ୍ତି ଉପଯୋଗିତାର ରିୟଲ ଟାଇମ୍‌ ନିରୀକ୍ଷଣ, ଅନୁଧ୍ୟାନ ଓ ଉନ୍ନତୀକରଣ କରିବା ପାଇଁ କମ୍ପାନୀକୁ ସକ୍ଷମ କରିବ। ସେହିଭଳି ଶକ୍ତିର ଡିଜିଟାଲୀକରଣ ସହ ସମ୍ପୃକ୍ତ ଅଞ୍ଚଳଗୁଡ଼ିକର ଡିକାର୍ବନାଇଜେଶନ, ଶକ୍ତି ଉପଯୋଗିତାରେ ଉନ୍ନତି, ଖର୍ଚ୍ଚ ହ୍ରାସ ଓ ସାମଗ୍ରିକ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବାରେ ଏହା କମ୍ପାନୀ ପାଇଁ ବେଶ୍‌ ସହାୟକ ହେବ। ସେହିପରି ଏହି କ୍ଲାଉଡ୍‌ ଭିତ୍ତିକ ଶକ୍ତି ପରିଚାଳନା ଓ ଉନ୍ନତୀକରଣ ପ୍ଲାଟ୍‌ଫର୍ମ କାରଖାନାରେ ବ୍ୟବହାର ହେଉଥିବା ଶକ୍ତିକୁ ରିୟଲ ଟାଇମ୍‌ ଭିଜିବିଲିଟି ସୁବିଧା ପ୍ରଦାନ କରିବ।
ଏ ସମ୍ପର୍କରେ ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଶକ୍ତି ଦକ୍ଷତା ଓ ନିମ୍ନ କାର୍ବନ ଫୁଟ୍‌ପ୍ରିଣ୍ଟ୍‌ ପ୍ରତି ଆମ ପ୍ରତିବଦ୍ଧତାକୁ ମେଟ୍ରନ ସହ ଏହି ସହଭାଗିତା ପ୍ରତିଫଳିତ କରୁଛି। ଆଠଗଡ଼ରେ ଥିବା ଆମ ଫେରୋ ଆଲଏଜ୍‌ କାରଖାନାରେ ସେମାନଙ୍କ ଉନ୍ନତ ଶକ୍ତି ପରିଚାଳନା ଓ ଉନ୍ନତୀକରଣ ପ୍ଲାଟ୍‌ଫର୍ମକୁ ବ୍ୟବହାର କରିବା ପାଇଁ ଆମେ ବେଶ୍‌ ଉତ୍ସାହିତ। ଶକ୍ତି ଉପଯୋଗିତାରେ ହ୍ରାସ,ପରିଚାଳନା ଦକ୍ଷତା ଓ ଉପତ୍ାଦକତା ଉନ୍ନତିରେ ଏହି ପ୍ଲାଟ୍‌ଫର୍ମ ସହାୟକ ହେବ ବୋଲି ଆମେ ଆଶା କରୁଛୁ।
ସୂଚନାଯୋଗ୍ୟ, ଟାଟା ଷ୍ଟିଲ୍‌ ମାଇନିଂର ଫେରୋକ୍ରୋମ୍‌ ୟୁନିଟ୍‌ ଓ ଖଣି ଗୁଡ଼ିକରେ ଡିଜିଟାଲ ଡ୍ୟାସ୍‌ବୋର୍ଡ ଭାବେ କାର୍ଯ୍ୟ କରିବ। ଏପରିକି ଏହା ଜରିଆରେ ଟିଏସ୍‌ଏମ୍‌ଏଲ୍‌ର ଜଳ ଉପଯୋଗିତାର ଡିଜିଟାଲୀକରଣ ପାଇଁ ପୂର୍ବରୁ ଫ୍ଲକ୍ସଜେନ୍‌ ସଷ୍ଟେନେବଲ୍‌ ଟେକ୍ନୋଲୋଜିସ୍‌ ସହିତ ବୁଝାମଣା ସ୍ବାକ୍ଷର କରାଯାଇଛି।

Share