ଫିଲିପାଇନ୍ସରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ଜାରି ହେଲା ସୁନାମି ଚେତାବନୀ

ନୂଆଦିଲ୍ଲୀ,୨।୧୨: ଫିଲିପାଇନ୍ସର ମାଇଣ୍ଡାନାଓରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ପ୍ରଭାବ ଦେଖି ଆମେରିକା ପକ୍ଷରୁ ସୁନାମି ଚେତାବନୀ ଜାରି କରାଯାଇଛି।

ଗତ ମାସ ଆରମ୍ଭରେ ମଧ୍ୟ ଦକ୍ଷିଣ ଫିଲିପାଇନ୍ସରେ ୬.୭ ତୀବ୍ରତାର ଏକ ଭୂକମ୍ପରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ସାରଙ୍ଗାନି, ଦକ୍ଷିଣ କୋଟାବାଟୋ ଏବଂ ଡାଭାଓ ଅସିଡେଣ୍ଟାଲ୍ ପ୍ରଦେଶରୁ ଏହି ମୃତ୍ୟୁ ହୋଇଥିବା ବେଳେ ଏହି କମ୍ପନରୁ ୧୩ ଜଣ ଆହତ ହୋଇଥିବା ବେଳେ ୫୦ ରୁ ଅଧିକ ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ନଷ୍ଟ ହୋଇଥିଲା।

ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରର “ରିଙ୍ଗ ଅଫ୍ ଫାୟାର” ରେ ଅବସ୍ଥିତ। ଆମେରିକାର ଭୂତତ୍ବ ସର୍ବେକ୍ଷଣ ଏହାକୁ ବିଶ୍ୱର ସବୁଠାରୁ ଭୂକମ୍ପ ଏବଂ ଆଗ୍ନେୟଗିରି ସକ୍ରିୟ ଅଞ୍ଚଳ ଭାବରେ ବର୍ଣ୍ଣନା କରିଛି। ତେଣୁକରି ଏହି ଅଂଚଳରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଛି।

Share