ଲକ୍ଷ୍ନୌ,୧୭।୧୧: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦିବ୍ରୁଗଡ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ କୋଚ ନମ୍ବର ବି-୮ରେ ଚଢୁଥିବା ଜଣେ ସୈନିକଙ୍କୁ ଟିଟିଇ ଠେଲି ଦେଇଥିଲେ। ଫଳରେ ସୈନିକ ଜଣଙ୍କ ପ୍ଲାଟଫର୍ମ ଏବଂ ଟ୍ରେନ ମଧ୍ୟରେ ଥିବା ଫାଙ୍କରେ ପଡ଼ିଗଲେ। ତାଙ୍କର ୨ ଗୋଡ ଟ୍ରେନ ଦ୍ୱାରା କଟିଯାଇଥିଲା। ଏହି ବିଷୟରେ ସୂଚନା ପାଇବା ପରେ, ଅନ୍ୟ ସୈନିକମାନେ ସମ୍ପୃକ୍ତ ଟିଟିଇ ଜଣଙ୍କୁ ପଟିଥିଲେ। ଆହତ ସୈନିକଙ୍କୁ ଏମଏଚରେ ଭର୍ତ୍ତି କରାଯାଇଛି।