Categories: ଜାତୀୟ

ପୋଲିସ ବାବୁଙ୍କ ଦାଦାଗିରି: ଟିଟିଇଙ୍କୁ ନିସ୍ତୁକ ପିଟିଲେ

ପାଟନା,୭।୭: ଭାଗଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଏକ ଅମାନବୀୟ ଘଟଣା ଘଟିଛି। ଟ୍ରେନ୍‌ରେ ବିନା ଟିକେଟରେ ଯାତ୍ରା କରୁଥିବା ଜିଆରପି ଏଏସଆଇଙ୍କୁ ବରିଷ୍ଠ ଟିଟିଇ ଟିକେଟ୍‌ ମାଗିବାରୁ ସେ ତାଙ୍କୁ ନିସ୍ତୁକ ପିଟିଛନ୍ତି। ଏହି ଘଟଣା ପରେ ଟିଟିଇ ଦିନେଶ କୁମାର ସିଂ କାନ୍ଦୁଥିବା ବେଳର ଭିଡିଓ ଭାଇରାଲ ହୋଇଛି। ଏନେଇ ସେ ବାଢ ଥାନାରେ ଜିଆରପି ଏସଆଇ ସୁନିଲ କୁମାର ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ସୁନିଲ ବିନା ଟିକେଟରେ ଏସି କୋଚ୍‌ରେ ଯାଉଥିଲେ। ବିନା ଟିକେଟରେ କିପରି ଯାଉଛ ବୋଲି ପଚାରିବାରୁ ବରିଷ୍ଠ ଟିଟିଇଙ୍କୁ ସେ ନିସ୍ତୁକ ପିଟିଥିେଏ। ତେଣେ ଏହି ଘଟଣାରେ ଗୁରୁତର ହୋଇ ଦିନେଶ ମୋକାମାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣାର ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ନିଜ ମୋବାଇଲରେ ଭିଡିଓ କରିଥିଲେ।

Share