ଟିଟିପିକୁ ବିସ୍ଫୋରକ ସାମଗ୍ରୀ ଯୋଗାଉଛି ଆଫଗାନିସ୍ତାନ

ପାକିସ୍ତାନୀ ସୁରକ୍ଷା ବାହିନୀ ସୀମାନ୍ତ ଅଞ୍ଚଳରୁ ୨୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ଆଫଗାନିସ୍ତାନ-ପାକିସ୍ତାନର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଆତଙ୍କବାଦୀ ଓ ବିସ୍ଫୋରକ ସାମଗ୍ରୀକୁ ସୀମାରେ ନବାଆଣିବା ପ୍ରସଙ୍ଗ ଜୋରଦାର ଚର୍ଚ୍ଚା ହୋଇଥିଲା। ଏହା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଉଭୟ ଦେଶ ସୀମା ଉପରେ ପାଟ୍ରୋଲିଂ କରିବେ।

ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ବିରୋଧରେ କାର୍ଯ୍ୟ କରୁଥିବା ତେହେରିକ-ଇ-ତାଲିବାନ ପାକିସ୍ତାନ ଆତଙ୍କବାଦୀମାନେ ଏବେ ପାକିସ୍ତାନକୁ ବିସ୍ଫୋରକ ଆଣିବା ପାଇଁ ନୂଆ ଯୋଗାଡ କରିଛନ୍ତି। ସେମାନେ ବିସ୍ଫୋରକ ଉପରେ ଘାସ, ନଡ଼ା, ଫଳ ଇତ୍ୟାଦି ଥୋଇ ସୀମା ପାର କରୁଛନ୍ତି।

ଯେତେବେଳେ ପାକିସ୍ତାନୀ ସୁରକ୍ଷା ବାହିନୀ ଖାଇବର ପକ୍ତୁନଖୱାର ଖାଇବର ଜିଲାରେ ଗୋଟିଏ ରିକ୍ସାକୁ ଅଟକାଇଥିଲେ। ରିକ୍ସା ଚାଳକ ଗୋରୁ ପାଇଁ ପନିପରିବା ଓ ଘାସ ନେଇ ଯାଉଥିବା କହିଥିଲେ। ସନ୍ଦେହରେ ଯେତେବେଳେ ସୁରକ୍ଷା ବାହିନୀ ଏହି ରିକ୍ସାକୁ ସର୍ଚ୍ଚ କରିଥିଲେ ସେଥିରୁ ୨୦୦ କିଲୋଗ୍ରାମ ବିସ୍ଫୋରକ ମିଳିଥିଲା। ଏହି ବିସ୍ଫୋରକ ଘାସ ତଳେ ବଡ଼ ବଡ଼ କ୍ୟାଣ୍ଟରରେ ରଖାଯାଇଥିଲା। ପଚରାଉଚରା ବେଳେ ଚାଳକ ସ୍ବୀକାର କରିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବିସ୍ଫୋରକ ସାମଗ୍ରୀ ପରିବହନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁକି ଏବଂ ପାକିସ୍ତାନର ସ୍ବତନ୍ତ୍ର ଦୂତ ଆସିଫ ଅଲି ଦୁରାନୀଙ୍କ ମଧ୍ୟରେ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି)କୁ ଆଫଗାନିସ୍ତାନ ବିସ୍ଫୋରକ ଓ ଘାତକ ଅସ୍ତ୍ରଶସ୍ତ୍ର ଯୋଗାଉଛି।

ଆତଙ୍କବାଦୀ ସଂଗଠନର କ୍ରମାଗତ ହିଂସାତ୍ମକ କାର୍ଯ୍ୟକଳାପ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ସହ ସୀମାରେ ମଧ୍ୟ ସମସ୍ୟା ଉପୁଜିଛି, ଯେଉଁ କାରଣରୁ ଉଭୟ ଦେଶର ବାଣିଜ୍ୟ ଖରାପ ହେଉଛି। ପାକିସ୍ତାନ ବାରମ୍ବାର ଏହି ପ୍ରସଙ୍ଗ ଉଠାଇବା ପରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଉଭୟ ଦେଶର ସୀମାରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ କ୍ରମାଗତ ଭାବରେ ନିଜ ନିଜ ସୀମାରେ ପାଟ୍ରୋଲିଂ କରିବେ, ଯାହା ଦ୍ୱାରା କୌଣସି ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଚାଲାଣ ହୋଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri