ପାକିସ୍ତାନର ସୁରକ୍ଷା ବାହିନୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୬ଯବାନ ମୃତ

ଇସଲାମବାଦ,୨୨।୮: ପୁଣି ପାକିସ୍ତାନର ସୁରକ୍ଷା ବାହିନୀଙ୍କୁ ଆକ୍ରମଣ ଆତଙ୍କବାଦୀ। ତେହେରିକ-ଏ-ତାଲିବାନ ପାକିସ୍ଥାନ(ଟିଟିପି)ର ଆତଙ୍କବାଦୀମାନେ ପାକିସ୍ତାନର ଖେବର ପଖତୁନଖଓ୍ବାରେ ସୁରକ୍ଷା ବାହିନୀର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ପାକିସ୍ତାନୀ ଯବାନ ଓ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମଙ୍ଗଳବାର ସେନା ଏହି ସୂଚନା ଦେଇଛି।

ଇଣ୍ଟର-ସର୍ଭିସେସ ପବ୍ଲିକ ରିଲେସନ୍ସ (ଆଇଏସପିଆର) କହିଛି ଯେ, ଏହି ଆକ୍ରମଣ ଆଫଗାନିସ୍ତାନ ସୀମାବର୍ତ୍ତୀ ଦକ୍ଷିଣ ୱାଜିରିସ୍ତାନ ଆଦିବାସୀ ଜିଲାର ଆସମାନ ମଞ୍ଜା ଅଞ୍ଚଳରେ ଘଟିଛି। ଏହି ଆକ୍ରମଣରେ ସଶସ୍ତ୍ର ଟିଟିପି ଆତଙ୍କବାଦୀମାନେ ଏକ ଦଳକୁ ଆଖିବୁଜା ଗୁଳିମାଡ କରିଥିଲେ। ଯେଉଁଥିରେ ୬ଯବାନଙ୍କ ମୃତ୍ୟୁ ହୋଇଥିଲା।

ସେନା ମଧ୍ୟ ସେମାଦଙ୍କୁ ପ୍ରତିରୋଧ କରିଥିଲା। ସେନାର ଆକ୍ରମଣରେ ୪ ଆତଙ୍କବାଦୀ ନିହତ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଟିଟିପି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

Share