ବନ୍ଦ ହେଲା ଟିଟିପିଏସ୍‌: ପୂର୍ବାହ୍ନ ୮ଟା ୪୩ରେ ଲିଭିଲା ଲାଇଟ୍‌

ତାଳଚେର,୧ା୪(ନି.ପ୍ର.)
ଅନୁଗୋଳ ଜିଲା ତାଳଚେରଠାରେ ଥିବା ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍‌) ପୂର୍ବ ଘୋଷଣା ଅନୁଯାୟୀ ବୁଧବାରଠାରୁ ବିଧିବଦ୍ଧ ଭାବେ ବନ୍ଦ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନ ଥିବାରୁ ୫୪ ବର୍ଷର ଏହି ପୁରୁଣା ତାପଜ ବିଦ୍ୟୁତ୍‌ କେନ୍ଦ୍ରର ପରିଚାଳନା ପାଇଁ ମାର୍ଚ୍ଚ ୩୧ ତାରିଖ ପରେ ଏନ୍‌ଟିପିସି ନିକଟରେ ଆବଶ୍ୟକ ଅନୁମତି ନ ଥିଲା। ତେଣୁ ପୂର୍ବାହ୍ନ ୮ଟା ୪୩ରେ ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ସହ ଲାଇଟ୍‌ ଲିଭାଇ ଦିଆଯାଇଥିଲା। ତେବେ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ପ୍ରକାଶ ଯେ, ଗତ ୨୨ ତାରିଖ ରାତିରେ ହଠାତ୍‌ ଏନ୍‌ଟିପିସି କର୍ତ୍ତୃପକ୍ଷ ଟିଟିପିଏସ୍‌ର ସମସ୍ତ ୬ଟି ୟୁନିଟ୍‌କୁ ବନ୍ଦ କରିଦେଇଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଷ୍ଟେଜ୍‌-୩ ପ୍ରକଳ୍ପ ସ୍ଥାପନ କରିବାକୁ ଅନୁମୋଦନ ଦେଇସାରିଥିବାରୁ ତୁରନ୍ତ ଉକ୍ତ କାର୍ଯ୍ୟ ଆରମ୍ଭ ନିମନ୍ତେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଆର.କେ. ସିଂଙ୍କୁ ମୁଖ୍ୟମନ୍ତ୍ରୀ ଗତ ୨୪ ତାରିଖରେ ଚିଠି ଲେଖିଥିଲେ। ଏହାପରେ ପ୍ଲାଣ୍ଟର କେବଳ ୩ନଂ. ୟୁନିଟ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଥିଲା। ତେବେ ୩୧ ତାରିଖଠାରୁ ଟିଟିପିଏସ୍‌ ବନ୍ଦ ହେବାକୁ ଯାଉଥିବା ନେଇ ଏନ୍‌ଟିପିସି ସେକ୍ରେଟାରୀ ନନ୍ଦିନୀ ସରକାର ଗତ ୩୦ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇ ଦେଇଥିଲେ। ତଦନୁଯାୟୀ ପ୍ଲାଣ୍ଟର ୬ଟି ୟୁନିଟ୍‌ ମଧ୍ୟରୁ କାର୍ଯ୍ୟକ୍ଷମ ଥିବା ଏକମାତ୍ର ୩ନଂ. ୟୁନିଟ୍‌ରୁ ସକାଳେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ କରାଯାଇଥିଲା।
ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ(ଟିଟିପିଏସ)ର ନୂଆ ୟୁନିଟ ସ୍ଥାପନ ହେବ। ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜାତୀୟ ବିଦ୍ୟୁତ ନିଗମ(ଏନଟିପିସି) ଅଧ୍ୟକ୍ଷ ଗୁରୁଦୀପ ସିଂହଙ୍କ ମଧ୍ୟରେ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଖୁବଶୀଘ୍ର ଗ୍ରୀଡକୋ, ଏନଟିପିସି, ଶକ୍ତି ଓ ଅନ୍ୟାନ୍ୟ ବିଭାଗଗୁଡିକ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ନୂଆ ୟୁନିଟ ପ୍ରତିଷ୍ଠା ଏବଂ ସ୍ଥାନୀୟ ବାସିନ୍ଦାଙ୍କର ଆପତ୍ତି ଅଭିଯୋଗର ଆଶୁ ସମାଧାନ ନିମନ୍ତେ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ ହେବ । ଏହି ମିଳିତ ଯୋଜନାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଟିଟିପିଏସର ନୂଆ ୟୁନିଟ ଓ ସ୍ଥାନୀୟ ଲୋକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଭୟ ଆଲୋଚନା କରିଥିଲେ।
ସୂଚନା ଯୋଗ୍ୟ ଯେ ଟିଟିପିଏସ ସମସ୍ତ ୟୁନିଟ ମାର୍ଚ୍ଚ ୩୧ରେ ବନ୍ଦ ହେବା ନେଇ ଖବର ମାର୍ଚ୍ଚ ୨୩ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହା ପରେ ଟିଟିପିଏସ ବନ୍ଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୨୪ ତାରିଖରେ କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ(ସ୍ବାଧିନ) ଆର.କେ. ସିଂଙ୍କୁ ଚିଠି ଲେଖିଥିଲେ। ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଟିଟିପିଏସ ବନ୍ଦକୁ ନେଇ ବିଧାନସଭାରେ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଥିଲା। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମାର୍ଚ୍ଚ ୨୫ ତାରିଖ ଶୂନ୍ୟକାଳରେ ଟିଟିପିଏସ ବନ୍ଦ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଦୃଷ୍ଟି ଆକର୍ଷଣ କରିଥିଲେ। ସେହି କାରଖାନାକୁ କିପରି ପୁନଃ କାର୍ଯ୍ୟକ୍ଷମ କରାଯିବ ସେ ନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ କମିଟି ଡାକି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri