ଆଡଭାନ୍ସ ବୁକିଂରେ ‘ଲାଲ ସିଂ ଚଡ୍ଡା’ କୁ ପଛରେ ପକାଇଲା ‘ତୁ ଝୁଠି ମୈ ମକ୍କର’

ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଛି। ନିକଟରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ଟ୍ରେଲର ଏବଂ ଗୀତ ସବୁ ପ୍ରଶଂସକଙ୍କୁ ପସନ୍ଦ ଆସିଛି। ଏହି ସମୟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ତେବେ ଆଡଭାନ୍ସ ବୁକିଂକୁ ଦେଖିଲେ ଅନୁମାନ କରାଯାଉଛି ଯେ, ଫିଲ୍ମଟି ପ୍ରଥମ ଦିନରେ ଭଲ ରୋଜଗାର କରିବ। ଫିଲ୍ମଟି ୮ ମାର୍ଚ୍ଚରେ ସିନେମା ଘରେ ରିଲିଜ୍‌ ହେବ।

‘ତୁ ଝୁଠି ମୈ ମକ୍କର’ ନିର୍ମାତାମାନେ ଚଳଚ୍ଚିତ୍ର ରିଲିଜ ହେବାର ତିନି ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୫ରେ ଏହାର ଅଗ୍ରୀମ ବୁକିଂ ଆରମ୍ଭ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ରିଲିଜ ହେବାର ଦୁଇ ଦିନ ପୂର୍ବରୁ ସା ୬.୩୦ ପର୍ଯ୍ୟନ୍ତ ପିଭିଆରରେ ୧୩,୭୦୦ଟିକେଟ, ଆଇନକ୍ସରେ ୮୦୦୦ଟିକେଟ ଏବଂ ସିନେପଲିସରେ ୪,୨୦୦ ଟିକେଟ ସହିତ ମୋଟ ୨୫,୯୦୦ ଟିକେଟ ବିକ୍ରି ହୋଇସାରିଛି। ଯାହା ‘ଲାଲ ସିଂ ଚଡ୍ଡା’ ଏବଂ ‘ବିକ୍ରମ ବେଦା’କୁ ପଛରେ ପକାଇଛି।

Share