ରିଲିଜ ହେବାର କିଛି ଘଣ୍ଟା ପରେ ନିର୍ମାତାଙ୍କୁ ଝଟକା: ଅନ୍‌ଲାଇନରେ ଲିକ୍‌ ହେଲା ଫିଲ୍ମ

ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ବୁଧବାର ପରଦାରେ ମୁକ୍ତିଲାଭ କରିଛି। ଗୀତ ଏବଂ ଟ୍ରେଲର ଦେଖି ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ରିଲିଜ୍‌ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ହୋଇଥିଲା। ଯଦିଓ ଫିଲ୍ମଟି ଆଜି ରିଲିଜ ହୋଇଛି, ତଥାପି ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଯାହା ଏହାର ବକ୍ସ ଅଫିସ ସଂଗ୍ରହ ଉପରେ ମଧ୍ୟ ବହୁତ ପ୍ରଭାବ ପକାଇପାରେ। ଖବର ଆସୁଛି ଯେ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ଅନ୍‌ଲାଇନରେ ଲିକ୍‌ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଫିଲ୍ମିଜିଲା, ଟେଲିଗ୍ରାମ, ତାମିଲରୋକର୍ସ ସମେତ ଅନେକ ସାଇଟରେ ଏଚ୍‌ଡିରେ ଉପଲବ୍ଧ। ପ୍ରାୟତଃ ଏଭଳି ଦେଖାଯାଇଛି କି ଯେଉଁ ଫିଲ୍ମ ଅନ୍‌ଲାଇନରେ ଲିକ୍‌ ହୋଇଛି, ସେହି ଫିଲ୍ମ ବକ୍ସ ଅଫିସରେ ଖରାପ ପ୍ରଦର୍ଶନ କରେ। ହେଲେ ଶ୍ରଦ୍ଧା କପୁର ଏବଂ ରଣବୀର କପୁରଙ୍କ ଫିଲ୍ମରେ କ’ଣ ହେବ ତାହା ଏବେ ଦେଖିବାକୁ ବାକି ରହିଲା।

Share