‘ତୁ ଝୁଠି ମେ ମକ୍କାର’ର ଟ୍ରେଲର ଆଉଟ, ହଟ ବିକିନି, କିସିଂ ସିନ୍‌ର ଜବରଦସ୍ତ ତଡକା

ମୁମ୍ବାଇ; ପ୍ରେମରେ ପଡିବା ସହଜ କଥା, ହେଲେ ପ୍ରେମରୁ ବାହାରି ଆସିବା ଗୋଟିଏ କାମ ହୋଇପାରେ ଆଉ ଏହା କେବେ କେବେ ଫିଚର ଫିଲ୍ମର ବିଷୟ ବି ହୋଇପାରେ । ଅଭିନେତା ରଣବୀର କୁପର , ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ରୋମାଣ୍ଟିକ କମେଡି ମୁଭି ‘ତୁ ଝୁଠି ମେ ମକ୍କାର’ର ଟ୍ରେଲରରେ ଉଭୟ ପ୍ରେମର ପରିଚୟ ଦେଉଛନ୍ତି । ପ୍ରଥମେ ଖବର ଆସିଥିଲା କି ଏହି ମୁଭିରେ ଶ୍ରଦ୍ଧା ଓ ରଣବୀରଙ୍କ ମଧ୍ୟରେ ଧମାକାଦାର କିସିଂ ସିନ୍ ରହିଛି । ହେଲେ ଏହାର କିଛି ସିନ୍ ଆପଣଙ୍କୁ ଟ୍ରେଲରରେ ଦେଖିବାକୁ ମିଳିଯିବ ।

ଶ୍ରଦ୍ଧା ଓ ରଣବୀରଙ୍କ କେମେଷ୍ଟ୍ରି ପରଦାରେ ଏକ ନୂଆ ଶକ୍ତି ସହ ଦେଖିବାକୁ ମିଳିବ । ଟ୍ରେଲରରେ ପ୍ରଥମ ହାଇ ପଏଣ୍ଟ ଉଭୟଙ୍କ ମଧ୍ୟରେ ଓପନିଂ କିସିଂ ସିନ୍ ଥିଲା । ଉଭୟ ସମୁଦ୍ର କୂଳରେ ବସିଥିବା ବେଳେ ତାଙ୍କ ସାମ୍ନାରେ ସୂର୍ଯ୍ୟ ବୁଡିଯାଉଛନ୍ତି ଓ ଏମାନେ କିସିଂ ସିନ ସହ ରୋମାଣ୍ଟିକ ମୁଡରେ ନଜର ଆସିଛନ୍ତି ।
ଶ୍ରଦ୍ଧା କପୁରଙ୍କୁ ଦର୍ଶକେ ହୁଏତ କେବେ ବିକିନି ସିନରେ ଦେଖି ନଥିବେ । ହେଲେ ଏହି ମୁଭିରେ ଶ୍ରଦ୍ଧା ଗୋଲାପି ରଙ୍ଗର ବିକିନିରେ ତାଙ୍କ ବଡି ପ୍ଲାଣ୍ଟ କରିଥିବା ଦେଖାଯାଇଛି । ଶୁଟିଂ ସମୟରେ ଏହାର ଏକ ଫଟୋ ଭାଇରାଲ ହୋଇଥିଲା । ଲାଲ ରଙ୍ଗର ଡ୍ରେସରେ ଶ୍ରଦ୍ଧା ଖୁବ୍ ସୁନ୍ଦର ଲାଗୁଥିବା ବେଳେ ୟେଲୋ କଲର ସର୍ଟରେ ଶ୍ରଦ୍ଧାଙ୍କୁ ଇମ୍ପ୍ରେସ କରିବାକୁ ଯାଇ ଭାରି କୁଲ ଲାଗୁଛନ୍ତି ରଣବୀର । ଏହି ରୋମାଣ୍ଟିକ ସିନ ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି । ଏହି ମୁଭିେରେ ବୋନି କପୁର ଓ ଡିମ୍ପଲ କାପାଡିଆ ବି ମୁଖ୍ୟ ଭୂମିକାରେ ନଜର ଆସିବେ ।

Share