ମଙ୍ଗବାର ପ୍ରଥମ ନୂଆଖାଇ, ଗ୍ରାମବାସୀ ଉତ୍ସାହିତ

କେସିଙ୍ଗା,୨ା୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକର ପର୍ଥଲା ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ନୂଆଖାଇ ଅନୁଷ୍ଠିତ ହେବ। ପର୍ଥଲା ବାହାଦୂରପଦର ଓ ପଲକାପଡ଼ାବାସୀ ନୂଆ ଖାଇବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ସୋମବାର ସପ୍ତପୁରୀ ଅମାବାସ୍ୟା ରହିଥିବାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଗ୍ରାମ ଦେବଦେବୀ ବୁଢାରଜା, ଗମଖାଇ, ଡ଼ଙ୍ଗରଦେବୀ, କାଳୀସୁନ୍ଦରୀ, ଖମ୍ବେଶ୍ୱରୀ, ସୁରୁଜମୁନିଙ୍କଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଦେବ ବରଣ କରିଛନ୍ତି। ଏଥିସହ ଉପବାସ ରହିଛନ୍ତି। ଏହା ତିନିଦିନ ଧରି ଜାରି ରହିବ। ପ୍ରତିପଦା ତିଥି ମଙ୍ଗଳବାର ନୂଆ ଅନ୍ନରେ ପ୍ରସ୍ତୁତ ଭୋଗ ନିଜ କୁଳଦେବୀ ଓ ଗ୍ରାମଦେବୀଙ୍କୁ ଅର୍ପଣ କରାଯିବା ପରେ ସମସ୍ତେ ନୂଆ ଖାଇବେ।
ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଏକକାଳୀନ ଭାଦ୍ରବ ମାସ ଶୁକ୍ଳପକ୍ଷ ତିଥିରେ ହେଉଥିବା ବେଳେ କଳାହାଣ୍ଡି ଜିଲାରେ ତିନୋଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥାଏ। ତେବେ କେସିଙ୍ଗା ବ୍ଲକର ପର୍ଥଲା ଗ୍ରାମବାସୀ ଆଗୁଆ ନୂଆ ଖାଇବା ପରମ୍ପରା ରାଜାରାଜୁଡା ଅମଳରୁ ଚାଲିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର...

ପତିତପାବନ ବାନାରେ ପଡିଲା ଶୂନ୍ୟଗଣ୍ଠି: ଜାଣନ୍ତୁ ଏହା କ’ଣ, କାହିଁକି ପଡେ

ପୁରୀ,୨୬ା୧୦(ଅଜିତ୍‌ କୁମାର ମହାନ୍ତି):ବାତ୍ୟା ‘ଦାନା’ ପ୍ରଭାବରେ ପୁରୀରେ ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ଗୁରୁବାର ଦିନତମାମ ବର୍ଷା ଲାଗିରହିଥିବାବେଳେ ସନ୍ଧ୍ୟାରେ ପବନର ବେଗ ବଢିଥିଲା।...

ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି...

ଧନୁଯାତ୍ରା ପୂର୍ବରୁ ତେଜୁଛି ଦାବି:ବିବାଦୀୟଙ୍କୁ ମହୋତ୍ସବରୁ ବାଦ୍‌ ଦିଆଯାଉ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୨ମାସ ୧ସପ୍ତାହ ବାକି ରହିଲା। ଏପର୍ଯ୍ୟନ୍ତ ମହୋତ୍ସବକୁ ନେଇ ଧନୁଯାତ୍ରା କମିିଟିର ସାଧାରଣ...

ଗର୍ଜିଲେ ସ୍ବଚ୍ଛକର୍ମୀ: ମିଳିନି ୪ ମାସର ଦରମା

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛକର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଗୁରୁବାର...

ରାସ୍ତାରୁ ଗଛକାଟି ସଫାକଲେ ବିଧାୟକ

ରାଜନଗର, ୨୬ା୧୦(ଭାସ୍କର ରାଉତରାୟ):ବାତ୍ୟା ଦାନା କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବାତ୍ୟାର ତାଣ୍ଡବରେ ବହୁ ଗଛ ଭାଙ୍ଗିଛି। ଶୁକ୍ରବାର ସକାଳୁ ସ୍ଥାନୀୟ...

ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ

ବାରିପଦା,୨୬ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ...

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri