ନାବାଳିକା ଛାତ୍ରୀଙ୍କୁ ଧରି ଫେରାର ହୋଇଥିଲେ ଟିଉସନ ସାର: ବାନ୍ଧିଲା ପୋଲିସ

ରାଉରକେଲା ଅଫିସ,୧୬।୩: ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ହୋଇଥିବା ଟିଉସନ ସାର ଧରାପଡ଼ିଛନ୍ତି। ଟିଉସନ ସାର୍‌ ଯୋଗେଶ ଶର୍ମୀଙ୍କୁ ସୁନ୍ଦରଗଡ଼ କୁତ୍ରା ଥାନା ପୋଲିସ ଗିରଫ କରିଛି ।
ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ନାବାଳିକାଙ୍କୁ ନେଇ ଯୋଗେଶ କେଉଁଆଡେ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଯୋଗେଶଙ୍କୁ ବିହାରର ସିବାନ ଜିଲା କରୁଆ ଅଞ୍ଚଳର ଏକ ଭଡ଼ାଘରୁ ପୋଲିସ ଗିରଫ କରିଥିବା ବେଳେ ସେଠାରୁ ନାବାଳିକାଙ୍କୁ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ତେବେ ଯୋଗେଶ ନାବାଳିକାଙ୍କୁ ନେଇ ବିବାହ କରିଥିବା ଜଣାପଡ଼ିଛି ।