Posted inଫୁରସତ

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର

ଭୁବନେଶ୍ବର ପଟିଆ ଅଞ୍ଚଳରେ ମୁଁ ରୁହେ। ବାପା ଡା. ରାମଚନ୍ଦ୍ର ପଟ୍ଟନାୟକ ଓ ମା’ ବାସନ୍ତୀ ପଟ୍ଟନାୟକଙ୍କର ମୁଁ ହେଲି ଏକମାତ୍ର ପୁଅ ପୁଣି ସବୁଠୁ ସାନ। ମୋ ଉପରେ ବଡ଼ ତିନି ଭଉଣୀ। ତେଣୁ ଖୁବ୍‌ ଗେହ୍ଲାରେ ମୋର ଛୋଟବେଳ କଟିଛି। ଆମ ଚାରି ଭାଇଭଉଣୀଙ୍କୁ ମଣିଷ କରିବାକୁ ମା’ବାପା କରିଥିବା କଷ୍ଟକୁ ଛୋଟବେଳୁ ମୁଁ ଅନୁଭବ କରିଆସିଛି; ଯଦିଓ ମା’ବାପା କେବେ ଜଣେଇବାକୁ ଦିଅନ୍ତି ନାହିଁ। ସେଥିପାଇଁ ମୋର ଲକ୍ଷ୍ୟ ଥିଲା ବଡ଼ ହୋଇ ମା’ବାପାଙ୍କ ପାଇଁ କିଛି କରିବି ବୋଲି! ତେଣୁ ୟୁନିଟ୍‌-୩ କ୍ୟାପିଟାଲ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ବିଜୁ ପଟ୍ଟନାୟକ କଲେଜରେ ପଢିଲି। ଆଉ ଏହି ସମୟରେ ହିଁ ନିଜେ କିଛି ରୋଜଗାର କରିବା ପାଇଁ ପିଲାଙ୍କୁ ଟ୍ୟୁଶନ କରିବା ଆରମ୍ଭ କଲି। ଟ୍ୟୁଶନରୁ ମୋର ପ୍ରଥମ ରୋଜଗାର ହେଲା ୧୦୦୦ ଟଙ୍କା; ଯେଉଁଥିରୁ କିଛି ଟଙ୍କା ବିନିମୟରେ ମା’ଙ୍କ ପାଇଁ ଶାଢ଼ି, ବାପାଙ୍କ ପାଇଁ ପେନ୍‌ ଏବଂ ଭଉଣୀମାନଙ୍କ ପାଇଁ କିଛି ଉପହାର କିଣି ଆଣି ଦେଇଥିଲି। ଉପହାର ପାଇ ସମସ୍ତେ ବହୁତ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ କରିଥିଲେ ଜୀବନ ପଥରେ ଆହୁରି ଆଗକୁ ଯିବାପାଇଁ। ସେମାନଙ୍କ ଆଶୀର୍ବାଦରୁ କମର୍ସରେ ସ୍ମାତକ ପାସ୍‌ କରିବା ପରେ କଷ୍ଟିଂରେ ପ୍ରଫେଶନାଲ କୋର୍ସ କଲି ଏବଂ ଭୁବନେଶ୍ୱରରେ ଚାକିରି କରିବାକୁ ଲାଗିଲି। ଚାକିରି ଜୀବନ ଛଡ଼ା ଲେଖାଲେଖିରେ ବି ମୋର ରୁଚି ରହିଥିଲା। କଲେଜ ପଢିଲାବେଳୁ ଲେଖାଲେଖିର ଏହି ଧାରା ଆରମ୍ଭ ହୋଇଥିଲା। ବିଭିନ୍ନ ହିତୋପଦେଶ ଉପରେ ଆଧାରିତ ଗପ ଲେଖିବାକୁ ଭଲ ପାଉଥିଲି। ଆଉ ତାକୁ ହିଁ ଆଧାର କରି ‘ହଜି ଗଲାଣି ଆଈ ମା’ କାହାଣୀ’ ଶୀର୍ଷକ ଏକ ଗଳ୍ପ ସଂକଳନ ମୋର ପ୍ରକାଶିତ ହେଲା। କ୍ରମେ ବିଭିନ୍ନ ବିଷୟବସ୍ତୁକୁ ଆଧାର କରି ସ୍ତମ୍ଭ ଲେଖିଲି। ୟା’ ଭିତରେ ମୋ ଲିଖିତ ପ୍ରାୟ ୨୦୦ଟି ଆର୍ଟିକିଲ୍‌ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇ ପାଠକାଦୃତ ହୋଇସାରିଛି। ଏହାଛଡ଼ା ରକ୍ତଦାନ ହେଉ କି ବୃକ୍ଷରୋପଣ ନିଜେ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିଥାଏ। ଖାସ୍‌ ଏହିସବୁ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୋତେ ପୁରସ୍କାର ଓ ସମ୍ମାନିତ ମଧ୍ୟ କରାଯାଇଛି। ସେଥିପାଇଁ ମୁଁ ସବୁବେଳେ କହେ, ପରିବାର ସଦସ୍ୟଙ୍କ ପ୍ରେରଣା ଓ ଆଶୀର୍ବାଦ ଥିଲେ ଜଣେ ବ୍ୟକ୍ତି ଜୀବନରେ ବହୁତ କିଛି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌...

ଏତେ ଉଚ୍ଚା ଟ୍ରାଇ ସାଇକେଲ!

ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା...

ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ...

ମୃତ୍ୟୁଦଣ୍ଡ ଦେବା ପରେ ଜଜ୍‌ କାହିଁକି ଭାଙ୍ଗିଦିଅନ୍ତି କଲମ, ଜାଣନ୍ତୁ ଏହା ପଛର ବଡ଼ କାରଣ…

ଯେତେବେଳେ ଜଣେ ଜଜ୍‌ କାହାକୁ ମୃତ୍ୟୁ ଦଣ୍ଡାଦେଶ ଦିଅନ୍ତି, ଏହା ପରେ ସେ ତାଙ୍କ କଲମ ଭାଙ୍ଗିଦିଅନ୍ତି। କିନ୍ତୁ ଏହା ପଛର କାରଣ ଜାଣନ୍ତି କି?...

ଗାନ୍ଧୀ ମନ୍ଦିର

ଜାତିର ପିତା ମହାତ୍ମାଗାନ୍ଧୀ ସ୍ବାଧୀନତା ଆନ୍ଦୋଳନ ସମୟରେ ଏକାଧିକଥର ଓଡ଼ିଶା ଆସିଥିବାବେଳେ ତାଙ୍କ ପଦଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଶାର ବହୁ ସ୍ବାଧୀନତା ସଂଗ୍ରାମୀ। ପରବର୍ତ୍ତୀ ସମୟରେ...

ସର୍ବଶ୍ରେଷ୍ଠ ସାମରିକ ଅପରେଶନ

୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ...

ସେଦିନ ଅଧରାତିରେ ଲେଖାଯାଇଥିଲା ନୂଆ ଭାରତର ପଟ୍ଟକଥା: ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ ଥିଲା ଚଳଚଞ୍ଚଳ

୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ...

ଚାଉଳ କେ.ଜି.୧୦ ହଜାର ଟଙ୍କା

ଟୋକିଓ: ଭାରତୀୟମାନଙ୍କର ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଚାଉଳକୁ ଧରାଯାଇଥାଏ। ବଜାରରେ ବିଭିନ୍ନ ମୂଲ୍ୟର ଚାଉଳ ଉପଲବ୍ଧ ରହିଥାଏ। ସେଠାରୁ ସାଧାରଣତଃ ଲୋକମାନେ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri