ନୂଆଦିଲ୍ଲୀ, ୨୪।୫: ଏଆଇସିସିର ଗବେଷଣା ବିଭାଗ ଲେଟରହେଡ୍କୁ ଜାଲିଆତି କରି ସେଥିରେ ମିଥ୍ୟା ଓ ଜାଲ୍ ତଥ୍ୟ ଛାପିବା ଅଭିଯୋଗରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରମଣ ସିଂ ଏବଂ ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ନଁ।ରେ ଛତିଶଗଡ଼ରେ ଏତଲା ଦାଏର ହୋଇଛି। ଅଧିକ ଜେରା ଲାଗି ସେମାନଙ୍କୁ ସମନ କରାଯାଇଥିବା ରାୟପୁର ସିଭିଲ୍ ଲାଇନ୍ସ ପୋଲିସ ଏସ୍ଏଚ୍ଓ ଆର୍.କେ. ମିଶ୍ର କହିଛନ୍ତି। ସମ୍ବିତ୍ଙ୍କୁ ବ୍ୟକ୍ତିଗତ ଭାବେ କିମ୍ବା ଭିଡିଓ କନ୍ଫରେନ୍ସ ଜରିଆରେ ହାଜର ହେବାକୁ କୁହାଯାଇଛି। ଛତିଶଗଡ଼ କଂଗ୍ରେସ ଏନ୍ଏସ୍ୟୁଆଇ ଅଧ୍ୟକ୍ଷ ଭାଜପା ନେତାମାନଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଏତଲା ଲାଗି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ହୋଇଛି।