ତୁଲସୀ ଗବାର୍ଡ ହେବେ ଆମେରିକା ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର

ଓ୍ବାଶିଂଟନ, ୧୫।୧୧:ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର ହିନ୍ଦୁ ଆମେରିକୀୟ ତଥା ପୂର୍ବ ଡେମୋକ୍ରାଟ୍‌ ନେତା ତୁଲସୀ ଗବାର୍ଡଙ୍କୁ ଆମେରିକା ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର ଭାବେ ଚୟନ କରିଛନ୍ତି। ଆସନ୍ତାବର୍ଷ ଜାନୁଆରୀରେ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ଭାବେ ତାଙ୍କର ଦ୍ୱିତୀୟ କାର୍ଯ୍ୟାଳୟ ଆରମ୍ଭ କରିବା ପରେ ତୁଲସୀ ଦେଶର ସର୍ବୋଚ୍ଚ ଗୋଇନ୍ଦା ଅଧିକାରୀ ଭାବେ କାର୍ଯ୍ୟଭାର ନେବେ। ସେ ୨୦୨୨ରେ ଡେମୋକ୍ରାଟିକ୍‌ ପାର୍ଟି ଛାଡ଼ିଥିଲେ। ସମ୍ପ୍ରତି ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର ଥିବା ଅଭରିଲ୍ସ ହେନ୍ସଙ୍କର ସ୍ଥାନ ତୁଲସୀ ନେବେ।

Share