କରୋନା ସଂକ୍ରମଣ ସମୟରେ ତୁଳସୀ ବ୍ୟବହାର କରିବାକୁ ଆୟୁର୍ବେଦ ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଏହି ତୁଳସୀକୁ ଯଦି ଠିକ୍ ଭାବେ ବ୍ୟବହାର କରା ନ ଯାଏ ତେବେ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ ବୋଲି କୁହାଯାଇଛି। ଆଧ୍ୟାତ୍ମିକ ତତ୍ତ୍ୱ ଅନୁଯାୟୀ ଗଳାରେ ତୁଳସୀ ମାଳ ପିନ୍ଧିଲେ ଏହା ଆମ ଶରୀରକୁ ସୁସ୍ଥ ରଖିଥାଏ ବୋଲି କୁହାଯାଏ। ବ୍ରହ୍ମାବୈବର୍ତ୍ତ ପୁରାଣ ଅନୁଯାୟୀ ସୂର୍ଯ୍ୟାସ୍ତ ପୂର୍ବରୁ ତୁଳସୀ ପତ୍ର ଛିଡାଇବା ଭଲ। ଆହୁରି ମଧ୍ୟ କୁହାଯାଇଛି କ୍ଷୀର ସହ କେବେବି ତୁଳସୀ ପତ୍ର ଖାଇବା ଅନୁଚିତ୍। ବୈଜ୍ଞାନିକମାନେ ମଧ୍ୟ ଏହାକୁ ବାରଣ କରିଛନ୍ତି। କାରଣ ଏହାଦ୍ୱାରା ଶରୀରରେ ଏସିଡିଟି ହେବାର ସମ୍ଭାବନା ଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ୫-୭ଟି ତୁଳସୀ ପତ୍ର ଖାଇବା ଭଲ। ଏହାପରେ ପୂର୍ବଦିନ ରାତିରୁ ତମ୍ବା ପାତ୍ରରେ ଥିବା ପାଣି ପିଇବା ଲାଭଦାୟକ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏହାପରେ ଭଲଭାବେ କୁଳି କରିନେବା ଉଚିତ। ନଚେତ ଏହା ଦାନ୍ତ ସନ୍ଧିରେ ରହି ଦାନ୍ତ ଓ ପେଟ ଖରାପ କରିଥାଏ ବୋଲି କୁହାଯାଏ। ତୁଳସୀ କେବେ ବାସୀ ହୋଇ ନ ଥାଏ। ତୁଳସୀ ପତ୍ରକୁ ୨-୩ ଦିନ ରଖି ଖାଇଲେ ଏଥିରେ ଥିବା ଔଷଧିୟ ଗୁଣ ନଷ୍ଟ ହୋଇ ନ ଥାଏ। ତୁଳସୀ ପତ୍ର ସେବନ ରକ୍ତଚାପ, ମାନସିକରୋଗ, ମ୍ୟାଲେରିଆ ଓ ଅନ୍ୟ ଜ୍ୱର ପାଇଁ ଭଲ କାମ କରିଥାଏ।