Categories: ଜାତୀୟ

ମେଡିକାଲରେ କୋଭିଡ୍‌ ଆକ୍ରାନ୍ତଙ୍କ ଜନ୍ମଦିନ ପାଳିଲେ ଡାକ୍ତର ; ଭିଡିଓ ଭାଇରାଲ

ସୁରଟ,୨୫।୪ : କୋଭିଡ୍‌-୧୯ ବିରୋଧରେ ଦିନ-ରାତି ଲଢ଼େଇ କରୁଛନ୍ତି ଦେଶର ସ୍ବାସ୍ଥ୍ୟକର୍ମୀମାନେ। ଏହାସତ୍ତ୍ୱେ କାମ ପ୍ରତି ସେମାନଙ୍କ ଭଲପାଇବା କମ୍‌ ହୋଇ ନାହିଁ। ଏହାର ଉଦାହରଣ ଦେଖିବାକୁ ମିଳିଛି ସୁରଟ ସିଭିଲ ମେଡିକାଲରେ। ଡାକ୍ତର ଓ ନର୍ସମାନେ କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ପାଳନ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକି ଜିତୁଛି ୟୁଜର୍ସଙ୍କ ମନ।

ହିନା ବେନ ନାମକ ଜଣେ ମହିଳା କୋଭିଡ୍‌ ଆକ୍ରାନ୍ତଙ୍କ ବେଡ୍‌ ଚାରି ପାଖରେ ପିପିଇ କିଟ୍‌ ପିନ୍ଧିଥିବା ସ୍ବାସ୍ଥ୍ୟକର୍ମୀମାନେ ଘେରି ହୋଇ ‘ବାର ବାର ଦିନ ୟେ ଆୟେ’ ଗୀତ ଗାଇଥିଲେ। ଜଣେ ସ୍ବାସ୍ଥ୍ୟକର୍ମୀ ମାଇକ୍‌ ଧରି ଜନ୍ମଦିନର ଶୁଭେଚ୍ଛା ଜଣାଉଥିବାବେଳେ ଅନ୍ୟମାନେ ବେଡ୍‌ ପାଖରେ ନାଚୁଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓକୁ ପ୍ରଥମେ ବଲିଉଡ୍‌ ଫଟୋଗ୍ରାଫର ଭାଇରାଲ ଭାୟାନି ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ।

Share