ନିଜ ପରିବାର ସହ ତୁନିଶାଙ୍କ ଭଲ ସମ୍ପର୍କ ନ ଥିଲା, ଏଭଳି ଅଭିଯୋଗ ଆଣିଲେ ଶିଜାନଙ୍କ ଓକିଲ

ମୁମ୍ବାଇ: ୨।୧: ଟେଲିି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ତୁନିଶାଙ୍କ ମା’ ପୂର୍ବତନ ପ୍ରେମିକା ଶିଜାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏହି ସମୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ତୁନିଶାଙ୍କ ନିଜ ପରିବାର ସହିତ ଭଲ ସମ୍ପର୍କ ନ ଥିଲା। କେବଳ ଏତିକି ନୁହେଁ ତୁନିଶାଙ୍କ ମା’ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିଲେ। ଯାହାକୁ ନେଇ ତୁନିଶା ସେହି ସମୟରେ କାମ କରୁଥିବା ସିରିଏଲର ନିର୍ଦ୍ଦେଶକଙ୍କୁ ଏହି ବିଷୟରେ କହିଥିବା ଶିଜାନଙ୍କ ଓକିଲ ସୋମବାର ଅନୁଷ୍ଠିତ ହୋଇଥିବା ଖବରଦାତା ସମ୍ମିଳନୀରେ କହିଛନ୍ତି। ଏହା ବ୍ୟତିତ ଓକିଲ ତୁନିଶାଙ୍କ ମା’ଙ୍କ ବନ୍ଧୁ ସଞ୍ଜୀବ କୌଶଲଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ତୁନିଶା ସଞ୍ଜୀବଙ୍କୁ ଭୟ କରୁଥିଲେ। ସଞ୍ଜୀବଙ୍କ କାରଣରୁ ତୁନିଶାଙ୍କର ଚିନ୍ତା ରହୁଥିଲା ଏବଂ ଏହି କାରଣରୁ ସେ ତାଙ୍କ ବନ୍ଧୁଙ୍କ ସହ ୩ ମାସ ରହିଥିଲେ। ଶିଜାନଙ୍କ ଓକିଲ ଏହା ମଧ୍ୟ ଦାବି କରିଛନ୍ତି, ତୁନିଶାଙ୍କ ମା’ ତାଙ୍କ କଷ୍ଟ ଉପାର୍ଜିତ ଟଙ୍କା ତାଙ୍କ ପାଖରେ ରଖୁଥିଲେ। ଆଉ ତୁନିଶାଙ୍କୁ ଗୋଟିଏ ପଇସା ମଧ୍ୟ ଦେଉ ନ ଥିଲେ। ନିଜ ପଇସା ପାଇଁ ମା’ଙ୍କ ଆଗରେ ବାରମ୍ବାର ମାଗିବାକୁ ପଡୁଥିଲା। ଏପରିକି ମା’ ତୁନିଶାଙ୍କୁ ଟଙ୍କା ପାଇଁ ବହୁତ ପ୍ରଶ୍ନ କରୁଥିଲେ ବୋଲି ଓକିଲ କହିଛନ୍ତି।

Share