ଅଭିଯୁକ୍ତ ସିଜାନଙ୍କ ବଢିଲା ଅଡୁଆ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ସୁଇସାଇଡ ମାମଲାରେ ଅଭିଯୁକ୍ତ ଅଭିନେତା ସିଜାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । କୋର୍ଟ ସିଜାନଙ୍କ ପୋଲିସ କଷ୍ଟଡିକୁ ଆଉ ଗୋଟିଏ ଦିନ ବଢାଇ ଦେଇଛନ୍ତି । ତାଙ୍କ ପୋଲିସ କଷ୍ଟଡିକୁ ଶନିବାର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଅଭିନେତାଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା ।
ପୋଲିସ ସିଜାନଙ୍କ କଷ୍ଟଡି ବଢାଇବା ଦାବି କରି କହିଥିଲା ସେ ତୁନିଷାଙ୍କୁ ଚାପୁଡା ମାରୁଥିଲେ । ବେକଳ ସେତିକି ନୁହେଁ ସେ ତୁନିଷାଙ୍କୁ ହିଜାବ ପିନ୍ଧିବାକୁ ବି ବାଧ୍ୟ କରୁଥିଲେ । ପୋଲିସ କହିଛି ପୀଡ଼ିତ ଓ ଅଭିଯୁକ୍ତ ଭିନ୍ନ ଭିନ୍ନ ଧର୍ମର ହୋଇଥିବାରୁ ପଚରା ଉଚରା ପାଇଁ ଆଉ କିଛି ସମୟର ଆବଶ୍ୟକତା ରହିଛି ।

Share